କ୍ରୀଡ଼ା ଶିକ୍ଷକ ଗୁପ୍ତେଶ୍ଵର ପଧାନ ଙ୍କ ବିୟୋଗ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଉଫୁଲା ଗ୍ରାମର ବାସିନ୍ଦା ତଥା ସ୍ଥାନୀୟ ମାହେଶ୍ୱରୀ ବିଦ୍ୟାପୀଠର କ୍ରୀଡ଼ା ଶିକ୍ଷକ ଗୁପ୍ତେଶ୍ୱର ପଧାନଙ୍କ ଶନିବାର ଅକାଳ ବିୟୋଗ ଘଟିଛି । ତାଙ୍କୁ ପ୍ରାୟ ୬୦ ବର୍ଷ ହୋଇଥିଲା । ଜଣେ ଆଗଧାଡ଼ିର ଫୁଟବଲ ଖେଳାଳି ଭାବେ ସ୍ଥାନୀୟ ଅଞ୍ଚଳରେ ତାଙ୍କର ବେଶ୍ ନାଁ ରହିଥିଲା । ସେ ଜଣେ ମେଳାପୀ ଓ ବନ୍ଧୁବତ୍ସଳ ବ୍ୟକ୍ତି ଥିଲେ । ସେ ବିଭିନ୍ନ ଅନୁଷ୍ଠାନ ସହ ଜଡ଼ିତ ରହିବା ସହ ଜଣେ ଆଧ୍ୟାତ୍ମ ପ୍ରେମୀ ବ୍ୟକ୍ତି ଥିଲେ । ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l

