ବିଜୁ ଜନତା ଦଳ ନାରାୟଣ ଲୁହା ଫ୍ଯାନ୍ କ୍ଲବ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ ଜନ୍ମ ଦିବସରେ ଶନିବାର ବିଜୁ ଜନତା ଦଳ ନାରାୟଣ ଲୁହା ଫ୍ୟାନ କ୍ଲବ ପକ୍ଷରୁ ଚତୁର୍ଥ ଥର ପାଇଁ ରକ୍ତଦାନ ଶିବିର ଆୟୋଜନ କରିଥିଲେ l ସୋନପୁର ବ୍ଲଡ଼ ବ୍ୟାଙ୍କ ର ସହାୟତା ରେ ସମୁଦାୟ ୫୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l ଉକ୍ତ ରକ୍ତଦାନ ଶିବିରରେ ଜିଲ୍ଲା ବିଜେଡି ସଭାପତି ସରୋଜ କମ୍ପ, ଜିଲ୍ଲା ବିଜେଡି ଉପସଭାପତି କିଶୋର ହୋତା, ଜିଲ୍ଲା ଯୁବବିଜେଡି ସଭାପତି ଅଶୋକ ନନ୍ଦ, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଧୀରେନ୍ଦ୍ର ନାରାୟଣ ପଣ୍ଡା, ମଧୂ ସୁଦନ ପଣ୍ଡା, ତୁଳସୀଦାସ ହୋତା, ଆତ୍ମା ର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଵିଵସ୍ବତୀ ପଣ୍ଡା, ବୀରମହାରାଜପୁର ଥାନା ଅଧିକାରୀ ଯଯାତି କେଶରୀ ସାହୁ ପ୍ରମୁଖ ଯୋଗ ଦେଇ ରକ୍ତଦାତା ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରିଥିଲେ l ରକ୍ତଦାନ ମହାପୂଣ୍ୟ, ରକ୍ତ ଅଭାବରୁ କେହି ଅସୁବିଧା ରେ ନପଡ଼ନ୍ତୁ, ଏହାକୁ ଦୃଷ୍ଟିରେ ରଖି, ଶ୍ରୀ ଲୁହା ନିଆରା ଭାବରେ ତାଙ୍କ ଜନ୍ମ ଦିନ ପାଳନ କରିଥିବା ପ୍ରକାଶ କରିଥିଲେ l ଉକ୍ତ ରକ୍ତଦାନ ଶିବିରରେ ରଞ୍ଜିତ ଚାନ୍ଦ,ମଙ୍ଗଳ ପଧାନ ପ୍ରମୁଖ ସହଯୋଗ କରିଥିଲେ l

