Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିତ୍ୟ ଯୋଗାଳୟରେ ବିଶ୍ଵ ହସ ଦିବସ ପାଳିତ

ବୀରମହାରାଜପୁର :
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ କଲେଜ୍ ପଡ଼ିଆ ଠାରେ ଚାଲୁଥିବା ନିତ୍ୟ ଯୋଗାଳୟରେ ରବିବାର ପୂର୍ବାହ୍ନ ୭ ଘଣ୍ଟା ସମୟରେ ବିଶ୍ବ ହସ ଦିବସ ପାଳିତ ହୋଇଯାଇଛି। ଯୋଗାଚାର୍ଯ୍ୟ ଡ. ଦ୍ବିତୀକୃଷ୍ଣ ପଣ୍ଡା ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ଏହି ହାସ୍ୟ ଦିବସରେ ପ୍ରକାଶ ହୋତା, ଶମ୍ଭୁ ମେହେର, ହିମାଂଶୁ ସାହୁ, ଶମ୍ଭୁ ମେହେର, ରାଜେନ୍ଦ୍ର ରଥ,ସୁରେଶ ମେହେର, କୃଷ୍ଣଚନ୍ଦ୍ର ମହାକୁର, ଗୋପୀନାଥ ଚାନ୍ଦ, ଶଙ୍କର ମେହେର,ରାଜେଶ ପାଣିଗ୍ରାହୀ, ସୂର୍ଯ୍ୟ ନାରାୟଣ ପଣ୍ଡା, ସୁଦାମ ଖଣ୍ଡଗିରି, ଯୁଗଳ କିଶୋର ମିଶ୍ର ପ୍ରମୁଖ ଯୋଗୀ ଉପସ୍ଥିତ ଥିଲେ।
ହସର ସକରାତ୍ମକ ପ୍ରଭାବ ଏବଂ ଏହାଦ୍ୱାରା ହେଉଥିବା ସ୍ୱାସ୍ଥ୍ୟ ଉପକାରିତା ବିଷୟରେ ସଚେତନତା ସୃଷ୍ଟି କରିବା ଏହି ଦିବସର ଉଦ୍ଦେଶ୍ୟ ବୋଲି ଆଲୋଚିତ ହୋଇଥିଲା । ବ୍ୟସ୍ତତାପୂର୍ଣ୍ଣ ଜୀବନ ଭିତରେ କାହା ମୁହଁରୁ ହୃଦୟର ହସ ଟିକେ ଦେଖିବା କଷ୍ଟକର ହୋଇପଡୁଛି। ମାନସିକ ଚାପ ଏତେ ବଢ଼ି ଯାଉଛି ଯେ ସବୁ ବର୍ଗର ମଣିଷ ଆଜି ଦୁଃଖ, କଷ୍ଟ, ଯନ୍ତ୍ରଣାର ଶିକାର ହେଉଛନ୍ତି,ତେଣୁ ଯେହେତୁ ହସ ଯୋଗର ଏକ ଅଂଶବିଶେଷ ପ୍ରତିଦିନ ନିତ୍ୟ ଯୋଗରେ ଏହାକୁ ପ୍ରାଧାନ୍ୟ ଦେବାକୁ ଆଲୋଚନା ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ