Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବଳୟା ରେ ଜଳିଗଲା ବିଦ୍ୟୁତ ଟ୍ରାନ୍ସଫର୍ମର ର କେବୁଲ୍ ତାର

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ସୁବଳୟା ଠାରେ
ବିଦ୍ୟୁତ୍ ସର୍ଟ ସର୍କିଟ ହୋଇ ମୁଖ୍ୟ ଟ୍ରାନ୍ସଫର୍ମରର କେବୁଲ ତାର ନିଆଁରେ ଜଳି ଯାଇଥିବା ଜଣାପଡିଛି । ଏହା ଫଳରେ ଟ୍ରାନ୍ସଫର୍ମରରୁ ଗ୍ରାମ୍ୟ ବିଜୁଳି ଖୁଣ୍ଟକୁ ସଂଯୋଗ କରୁଥିବା ପ୍ରାୟ ୬୦ ମିଟର କେବୁଲ ତାର ନଷ୍ଟ ହୋଇଥିବା ଜଣାଯାଇଛି । ଖବର ପାଇ ସୁବଳୟା ଗ୍ରିଡ୍ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ l ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି । ବିଦ୍ୟୁତ୍ କର୍ମଚାରୀମାନେ ନଷ୍ଟ ହୋଇଥିବା କେବୁଲ ତାରର ମରାମତି କରିବା ପରେ ସନ୍ଧ୍ୟାରେ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ ହୋଇଥିବା ଜଣାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ