ସୁବଳୟା ନୂତନ ଥାନା ଅଧିକାରୀ ପଞ୍ଚାନନ ନାଏକ ଙ୍କୁ ସାମ୍ବାଦିକ ମାନଙ୍କ ତରଫରୁ ସ୍ଵାଗତ ସମ୍ବର୍ଦ୍ଧନା
ବୀରମହାରାଜପୁର :
ଆଜି ରାତି 8 ଟା ସମୟରେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ସାମ୍ବାଦିକ ସଂଘ ପକ୍ଷରୁ, ସୁବଳୟା ଥାନାର ନୂତନ ଥାନା ଅଧିକାରୀ ଶ୍ରୀଯୁକ୍ତ ପଞ୍ଚାନନ ନାଏକଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି l ମଙ୍ଗଳବାର ଏହି କ୍ରମରେ ସଂଘର ସଭାପତି ସଂଜୀବ ମେହେର ଙ୍କ ନେତୃତ୍ୱ ରେ ରାଜେଶ କୁମାର ସେଠୀ , ଶେଷଦେବ ବାରିକ. ନନ୍ଦକିଶୋର ମିଶ୍ର , ସଦାନନ୍ଦ ମହାନନ୍ଦ , ଜୟlନନ୍ଦ ରଥ. ସୁଦାମ ମେହେର , ରାଜୁ ଜଗଦଲା , ସୁମନ୍ତ ବନଛୋର. , ପ୍ରହଲ୍ଲାଦ ସାମନ୍ତରାୟ ପ୍ରମୁଖ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ନୂତନ ଥାନା ଅଧିକାରୀଙ୍କୁ ପୁଷ୍ପ ଗୁଚ୍ଛ ଏବଂ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଛି l ଏହି ଅବସରରେ ଅଂଚଳରେ ରାତ୍ରିକାଳୀନ ପେଟ୍ରୋଲିଙ୍ଗ, ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ସହରରେ ବେଆଇନ ପାର୍କିଙ୍ଗ ବ୍ୟବସ୍ଥା ଉଛେଦ ନିମନ୍ତେ ଆଲୋଚନା ହୋଇଛି l ତେବେ ଥାନା ଅଧିକାରୀ ଶ୍ରୀଯୁକ୍ତ ନାଏକ ଏହି ସବୁ ବ୍ୟବସ୍ଥା ଉପରେ ଦୃଷ୍ଟି ଦେବା ଶହ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ନେଇ ପ୍ରତିଶୃତି ଦେଇଛନ୍ତି l

