Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୁତିଆ ପାଲି ଗ୍ରାମବାସୀ ଗ୍ରାମର ବିଭିନ୍ନ ସମସ୍ୟା ନେଇ ଦାବିପତ୍ର ପ୍ରଦାନ କଲେ ବ୍ଲକ ଅଧ୍ୟକ୍ଷl ଙ୍କୁ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ଗ୍ରାମ ପଞ୍ଚାୟତର ଭୁତିଆପାଲି ଗ୍ରାମବାସୀ ଗ୍ରାମର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷାଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଗୋଟିଏ ୱାର୍ଡ ବିଶିଷ୍ଟ ଭୁତିଆପାଲି ଗ୍ରାମରେ ପ୍ରାୟ ୮ ଶହ ଲୋକ ବସବାସ କରନ୍ତି। ଗ୍ରାମରେ ବିଭିନ୍ନ ସମସ୍ୟା ଲାଗି ରହିଥିଲେ ମଧ୍ୟ ଏହାର ସମାଧାନ ହୋଇ ପାରୁ ନାହିଁ। ଏଣୁ ଭୁତିଆପାଲି ଗ୍ରାମବାସୀ ମଙ୍ଗଳବାର ପୂର୍ବାହ୍ନରେ ଦାବିପତ୍ର ଦେଇଛନ୍ତି। ବ୍ଲକ ଅଧ୍ୟକ୍ଷାଙ୍କ ଅନୁପସ୍ଥିତିରେ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବା ସହିତ ସମସ୍ୟା ଗୁଡିକର ସମାଧାନ କରିବାକୁ ଦାବି କରିଛନ୍ତି। ସମ୍ପ୍ରତି ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବାରୁ ଗ୍ରାମରେ ପାନୀୟ ଜଳର ସମସ୍ୟା ଦେଖାଦେଇଛି। ପାଣି ପାଇଁ ଗ୍ରାମବାସୀ ନାହିଁ ନ ଥିବା ହଇରାଣ ହେଉଛନ୍ତି। ତେଣୁ ଏହାର ତୁରନ୍ତ ସମାଧାନ ପାଇଁ ଗ୍ରାମବାସୀ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି। ଏହା ସହିତ ଦୀର୍ଘ ଦିନ ହେଲା ଗ୍ରାମରେ ଆମ ଗାଁ ଆମ ବିକାଶ ଅଧୀନରେ ଆରମ୍ଭ ହୋଇଥିବା କାମ ସମ୍ପୂର୍ଣ୍ଣ ହୋଇ ପାରୁ ନାହିଁ। ତେଣୁ ଏହି କାମକୁ ତୃତନ୍ତ ସମ୍ପୂର୍ଣ୍ଣ କରିବାକୁ ଦାବି କରିଛନ୍ତି। ଏହା ସହିତ ଗ୍ରାମ୍ୟ ରାସ୍ତା କଂକ୍ରିଟ କାରଣ ଓ ଆହୁରି ଅନ୍ୟ କେତେକ ଦାବିକୁ ତୁରନ୍ତ ସମାଧାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଗ୍ରାମର ରାଜ କିଶୋର ପଣ୍ଡା, ନିତ୍ୟାନନ୍ଦ ଦେହୁରୀ, ଅକ୍ଷୟ ଗରିଆ, ଶାନ୍ତନୁ ମହାକୁର, ମଧୁ ଅମାତ, ରାମ ବାରିକ, ପ୍ରାଣବନ୍ଧୁ ଜାଲ,ଉତ୍ତର କୁମାର ନାଏକ, ଶତ୍ରୁଘ୍ନ ଅମାତ,ରାମ ବାରିକ, ପର୍ଶୁରାମ ମହାକୁର, ନନ୍ଦୀ ଦେହୁରୀ, ରାଜକୁମାର ବିଶି, ସନ୍ତୋଷ ମହାକୁର ପ୍ରମୁଖ ବୀରମହାରାଜପୁର ବ୍ଲକ କାର୍ଯ୍ୟାଳୟକୁ ଯାଇ ଦାବିପତ୍ର ପ୍ରଦାନ କରିଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ