Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ପତ୍ତି ପାଇଁ ଦୁଇ ଭାଇ ମଧ୍ୟରେ ମାରପିଟ, ଥାନାରେ ମାମଲା

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ଅମ୍ବପୁଆ ବସନ୍ତ ବିହାରର ସମ୍ପତ୍ତି କୁ ନେଇ ସାନଭାଇ ଓ ମାଁ କୁ ବଡ଼ଭାଇ ମାଡମାରିଥିବା ନେଇ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି।ବଡ଼ଭାଇ ସନ୍ତୋଷ ସେଠୀ ର ମାଡ଼ରେ ହେମନ୍ତ କୁମାର ସେଠୀ ଆହାତ ହୋଇଛନ୍ତି। ସୂଚନା ପ୍ରକାରେ ଆଜି ସକାଳେ ଚାଷ ଜମିରୁ ଆଦାୟ ହୋଇଥିବା ୩୮ ପେକେଟ ଚାଉଳ କୁ ଘରକୁ ଆଣିବା ସମୟରେ ସେଥିରୁ ୫ ପେକେଟ ଚାଉଳ ବଡଭାଇ ସନ୍ତୋଷକୁ ଦିଆଯାଇଥିଲା l ଏହାକୁ ନେଇ ସନ୍ତୋଷ, ସାନଭାଇ ହେମନ୍ତ କୁ ଚାଷ ପାଇଁ ଦେଇଥିବା ଜମିରେ ଚାଷ ବନ୍ଦ କରିବା ସହ ମା କୁ ସମ୍ପତ୍ତି ଭାଗ ମାଗିଥିଲା । ଏଥିରେ ମା ରାଜି ନ ହେବାରୁ ସନ୍ତୋଷ ମା କୁ ମାରପିଟ କରିଥିଲା ଏହା ଦେଖି ହେମନ୍ତ ଆସି ପ୍ରତିବାଦ କରିବାରୁ ତାକୁ ବଡ଼ଭାଇ ସନ୍ତୋଷ ମାଡ଼ ମାରି ନାକ ଫଟେଇ ଦେଇଥିଲା lଆହାତ ହେମନ୍ତ ବ୍ରହ୍ମପୁର ବଡ ମେଡିକାଲ ଯାଇ ଚିକିତ୍ସା ହେବା ପରେ ଅପରାହ୍ନରେ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଅଭିଯୋଗ ପ୍ରକାରେ ପୁଲିସ କେସ ନମ୍ବର ୧୭୮/୨୩ ମାମଲା ରୁଜୁ କରି ତଦନ୍ତ କରୁଥିବା ଥାନା ଅଧିକାରୀ ଶାରଦା ପ୍ରସନ୍ନ ଦାଶ ସୂଚନା ଦେଇଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories