Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅସ୍ତରଙ୍ଗ ବ୍ଲକ ପ୍ରଶାସନ ତରଫରୁ ମେ ୨୧ଲାଗି ପ୍ରସ୍ତୁତି ବୈଠକ l

ଅସ୍ତରଙ୍ଗ, ଚଳିତ ମାସ ୨୧ ତାରିଖ ଦିନ ଅସ୍ତରଙ୍ଗ ର କୁହୁଡି ଠାରେ ପାଳିତ ହେବାକୁ ଥୀବା ଲବଣ ସତ୍ୟାଗ୍ରହ ସ୍ମାରକୀ ସହିଦ ଦିବସ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ଦିନବ୍ଲକ ଅଧ୍ୟକ୍ଷ ଆରତି ନାଏକ ଙ୍କ ଅଧ୍ୟ କ୍ଷତାରେ ବ୍ଲକ ସଭା ଗୃହରେ ଅନୁଷ୍ଠିତ ହୋଇ ଯାଇ ଅଛି l ପ୍ରାରମ୍ଭ ବିଡ଼ିଓ ସସ୍ମିତା ବେହେରା ମେ ୨୧ ତାରିଖ ରେ କୁହୁଡି ଠାରେ ହେବାକୁ ଥୀବା କାର୍ଯ୍ୟକ୍ରମ ଉପରେ ସୂଚନା ଦେଇ ଥିଲେ l ପରେ ଉତ୍କଳ ସଂଗ୍ରାମୀ ସ୍ମୃତି ସମିତି ର ସଭାପତି ଶ୍ରୀ ଅମିୟ କୁମାର ପଟନାୟକ କାର୍ଯ୍ୟକ୍ରମ ଉପରେ ବିଶେଷ ଆଲୋଚନା କରି, ରାଜ୍ୟର ବହୁ ନେତୃ ସ୍ଥାନୀୟ ବ୍ୟକ୍ତି ବିଶେଷ ଯୋଗ ଦାନ କରିବାର ସମ୍ଭାବନା ଥିବାରୁ ସମସ୍ତ ପ୍ରକାର କାର୍ଯ୍ୟକ୍ରମ ସୁ ଚାରୁ ରୂପେ ପାଳନ କରିବା ପାଇଁ ନିବେଦନ କରିଥିଲେ l ବିଶେଷ କରି, ସଭା ମଣ୍ଡପ, ତୋରଣ, ପାନୀୟଜଳ, ସ୍ୱାସ୍ଥ ସେବା, ଅଗ୍ନିଶ୍ରମ ବାହିନୀ ଆଦି ଉପସ୍ଥିତ ରହିବା ଲାଗି ଗୁରୁତ୍ୱ ଦିଆ ଯାଇଥିଲା l ରାଜ୍ୟ ସରକାର ଙ୍କ ସଂସ୍କୃତି ବିଭାଗ, ପର୍ଯ୍ୟଟନ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ମାନେ ଉପସ୍ଥିତ ରହି ସ୍ରମସ୍ତ କାର୍ଯ୍ୟକ୍ରମ କିପରି ହେବ ତାହାର ତଦାରଖ କରିବେ ବୋଲି ନିଷ୍ପତି ନିଆ ଯିବା ସହ, ସେହି ଦିନ ସକାଳେ ସଂଗ୍ରାମୀ ଙ୍କ ପ୍ରତି ମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ, ରାମଧୂନ ଗାନ, ପତାକା ଉତୋଳନ, ସହ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ବିଧି ବ୍ୟବସ୍ଥା ଅନୁଯାୟୀ କରାଯିବ ବୋଲି ନିଷ୍ପତି ନିଆ ଯାଇଛି l ଜନ ସମାଗମ କୁ ଆଖି ଆଗରେ ରଖି ପାନୀୟ ଜଳକୁ ଅଧିକ ଗୁରୁତ୍ୱ ଦିଆ ଯାଇ ଅଛି ଓ ସ୍ଥାନୀୟ ପୋଲିସ ତରଫରୁ ଶାନ୍ତି ଶୃଙ୍କଳା ସହ ପେଟ୍ରୋଲିଙ୍ଗ କୁ ମଧ୍ୟ ଆଗରେ ରଖା ଯାଇ ଅଛି l ଏହି ବୈଠକ ରେ ତହସିଲଦାର ପ୍ରିୟଙ୍କା ପ୍ରିୟ ଦର୍ଶିନି ପତି, ସ୍ୱାସ୍ଥ ଅଧିକାରୀ ଡ଼କ୍ଟର ସଞ୍ଜୟ କୁମାର ପ୍ରଧାନ, ସିଡ଼ିପିଓ ଲୋଚନା ସେଠି, ପର୍ଯ୍ୟଟନ ଉର୍ନ୍ନୟନ ଅଧିକାରୀ ମାମିନି ପରିଡା, ରାସ୍ତା ଓ ଗୃହ ନିର୍ମାଣ ଯନ୍ତ୍ରୀ ଜ୍ୟୋତି ଶ୍ରୀ ସୋନାଲି, ଆର ଡି, ଜେଇ କୃଷ୍ଣ ଚନ୍ଦ୍ର ତାଡ଼, ପାନୀୟ ଜଳ ଜେଇ ସତ୍ୟ ଶଙ୍କର ମହାନ୍ତି, ଉଦ୍ୟାନ ଅଧିକାରୀ ଶ୍ରୀଯୁକ୍ତ ବାର୍ଲା, ଓ ଥାନା ଏ ଏସ ଆଇ, ପ୍ରଶାନ୍ତ କୁମାର ସାମନ୍ତରାୟ ପ୍ରମୁଖ ଆଲୋଚନାରେ ଭାଗ ନେଇ ନିଜ ନିଜର ମତ ରଖିଥିଲେ l ଏଥିରେ ଉତ୍କଳ ସଂଗ୍ରାମୀ ସ୍ମୃତି ସମିତି ର କର୍ମକର୍ତ୍ତା ଉପସ୍ଥିତ ରହି ଆଲୋଚନା ନିଜ ନିଜର ମତ ରଖିଥିଲେ l ସତ୍ୟାଗ୍ରହି ମାନଙ୍କ ଆତ୍ମ ଜୀବନି କୁ ନେଇ ସେହିଦିନ ଏକ ସ୍ମରଣିକା ପ୍ରକାଶ କରାଯିବ ବୋଲି ନିଷ୍ପତି ନିଆ ଯାଇ ଅଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ