ସିନିଅର ପେନାକ ସିଲlଟ ରେ ସଫଳତା
ବୀରମହାରାଜପୁର :
ଅନଗୁଳର ବିଜୁ ପଟ୍ଟନାୟକ ଷ୍ଟାଡିୟମ ଠାରେ ଗତ ୯ ଏବଂ ୧୦ ତାରିଖରେ ଅନୁଷ୍ଠିତ ନବମ ଓଡିଶା ରାଜ୍ୟ ସିନିୟର ପେନାକ୍ ସିଲାଟ୍ ଚମ୍ପିଆନସିପ୍-୨୦୨୬/୨୭ରେ ସୁବର୍ଣ୍ଣପୁର ଜିଲ୍ଲାର ଖେଳାଳି ମାନେ ସଫଳତା ହାସଲ କରିଛନ୍ତି । ରାଜ୍ୟର ୧୦ଟି ଜିଲ୍ଲାରୁ ପ୍ରତିଯୋଗୀମାନେ ଏଥିରେ ଭାଗ ନେଇଥିବାବେଳେ ସୁବର୍ଣ୍ଣପୁର ଜିଲ୍ଲାର ୪ଜଣ ଖେଳାଳି ଏଥିରେ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ଅଭିଳାଷ ମହାନନ୍ଦ ଓ ଚମ୍ପେଶ୍ଵର ପଣ୍ଡା ରୋପ୍ୟ, ଝୁମା ମେଣ୍ଡିଲି ବ୍ରୋଞ୍ଜ ପଦକ ହାସଲ କରିଥିବା ଜଣାପଡିଛି । ଆକାଶ ରାଜହଂସ ମଧ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲା ପେନାକ୍ ସିଲାଟ୍ ସଂଘର ସଭାପତି ନୀଳାମ୍ବର ହୋତା, ସମ୍ପାଦକ ତଥା କୋଚ୍ କୃତ୍ତିବାସ ଶତପଥୀ, ଟିମ୍ ମ୍ୟାନେଜର ପ୍ରତିମା ମହାନନ୍ଦ ପ୍ରମୁଖ ପ୍ରତିଯୋଗୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

