Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ସମ୍ବଲପୁର ଗସ୍ତ ଅବସରରେ ସମ୍ବଲପୁର ମହାନଗର ନିଗମ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ

ସମ୍ବଲପୁର:ଓଡ଼ିଶା ସରକାରଙ୍କ ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ, ସରକାରୀ ଉଦ୍ୟୋଗ ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ସମ୍ବଲପୁର ଗସ୍ତ ଅବସରରେ ସମ୍ବଲପୁର ମହାନଗର ନିଗମ ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସମ୍ବଲପୁର ମହାନଗର ନିଗମ (SMC) ଏବଂ ଅନ୍ୟାନ୍ୟ ପୌରାଞ୍ଚଳର ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ନେଇ ବିସ୍ତୃତ ଆଲୋଚନା କରାଯାଇଛି।
ବୈଠକ ରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଫ୍ଲାଗସିପ୍ ଯୋଜନା ଯଥା ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ସହରାଞ୍ଚଳ) PMAY, ମଧୁବାବୁ ପେନସନ ଯୋଜନା (MSBY) ଅଧୀନରେ ସହରାଞ୍ଚଳ ଭିତ୍ତିଭୂମି, ନିଯୁକ୍ତି ସୁଯୋଗ, ଏବଂ ଜଳାଶୟର ବିକାଶ, ସହରର ପରିମଳ ବ୍ୟବସ୍ଥା ଏବଂ ସହ ଜଡ଼ିତ କର୍ମଚାରୀଙ୍କ ସୁରକ୍ଷା ଓ ସମ୍ମାନ ପାଇଁ ‘ଗରିମା’ ଯୋଜନାର ସଫଳ ରୂପାୟନ, ରାସ୍ତା ମରାମତି, ପାନୀୟ ଜଳ ଯୋଗାଣ (WATCO), ସ୍ୱେରେଜ୍ ବୋର୍ଡ, ସହରର ସମସ୍ତ ଗଳିକନ୍ଦିରେ Smart LED Street Light ସଂଯୋଗୀକରଣ, ଆହାର’ କେନ୍ଦ୍ରର ସୁପରିଚାଳନା ଏବଂ CRUT ର ପ୍ରକଳ୍ପଗୁଡ଼ିକର ସମୀକ୍ଷା କରାଯାଇଥିଲା।ବିଶେଷ କରି SMC ଅଞ୍ଚଳରେ ବର୍ଷା ଜଳ ନିଷ୍କାସନ (Storm Water Drainage) ଏବଂ ଆଫୋର୍ଡେବଲ୍ ହାଉସିଂ ପ୍ରୋଜେକ୍ଟ (AHP) ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ଦିଆଯାଇଥିଲା। ରେଙ୍ଗାଲି ଏବଂ ସମ୍ବଲପୁରର ମାନ୍ୟବର ବିଧାୟକମାନେ ଉପସ୍ଥିତ ରହି ନିଜ ନିଜ ଅଞ୍ଚଳର ସମସ୍ୟା ଓ ବିକାଶ ସମ୍ପର୍କରେ ମଧ୍ୟ ମତ ରଖିଥିଲେ।
ମନ୍ତ୍ରୀ ମହୋଦୟଙ୍କ ଅଧ୍ୟକ୍ଷତାରେ ସମ୍ବଲପୁର ଉନ୍ନୟନ କର୍ତ୍ତୃପକ୍ଷଙ୍କ ୫୨ତମ କର୍ତ୍ତୃପକ୍ଷ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକର ମୁଖ୍ୟ SDA ଅଧୀନରେ ଥିବା ଅଞ୍ଚଳଗୁଡ଼ିକର ଯୋଜନାବଦ୍ଧ ଏବଂ ବ୍ୟବସ୍ଥିତ ବିକାଶ କରିବା, ଜୋନାଲ୍ ଡେଭଲପମେଣ୍ଟ ପ୍ଲାନ୍ ସମେତ ବିସ୍ତୃତ ବିକାଶ ଯୋଜନା ପ୍ରସ୍ତୁତ କରିବା ସହ ସହରର ଭିତ୍ତିଭୂମି ସମ୍ପର୍କିତ କାର୍ଯ୍ୟଗୁଡ଼ିକର ତଦାରଖ କରିବା, ହାଉସିଂ କଲୋନୀ, ସପିଂ ସେଣ୍ଟର ଏବଂ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ପାଇଁ ପଦକ୍ଷେପ ନେବା, ଅସଂଗଠିତ ସହରୀ ସଂପ୍ରସାରଣକୁ ଏକ ବ୍ୟବସ୍ଥିତ ରୂପ ଦେବା ପାଇଁ ରୂପାନ୍ତରଣ ଯୋଜନା ପ୍ରଣୟନ କରିବା ଆଦି ଉପରେ ଆଲୋଚନା କରଯାଇଥିଲା।
ସମ୍ବଲପୁର, ବୁର୍ଲା ଓ ହୀରାକୁଦ ଅଞ୍ଚଳର ଆଧୁନିକୀକରଣ ଏବଂ ସୁବ୍ୟବସ୍ଥିତ ବିକାଶ ପାଇଁ ଏହି ବୈଠକରେ ଅନେକ ଦୂରଦୃଷ୍ଟିସମ୍ପନ୍ନ ନିଷ୍ପତ୍ତି ଗ୍ରହଣ କରାଯାଇଛି।ସମ୍ବଲପୁର ଯୋଜନା ଅଞ୍ଚଳ ପାଇଁ “ନୂତନ ବ୍ୟାପକ ବିକାଶ ଯୋଜନା (Comprehensive Development Plan) – ୨୦୪୭” ପ୍ରସ୍ତୁତ କରିବାକୁ ଅନୁମୋଦନ ଦିଆଯାଇଛି। ଏହା ସହରର ଭବିଷ୍ୟତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯିବ। ମୋଦିପଡ଼ାଠାରେ ୧.୧୪ ଏକର ଜମିରେ ଏକ ବହୁତଳ ବିଶିଷ୍ଟ (B+G+6) ବାଣିଜ୍ୟିକ ଭବନ ନିର୍ମାଣ ପାଇଁ ପ୍ରସ୍ତାବ ଗୃହୀତ ହୋଇଛି। ଏହା ସହ ସାଲିବାଗିଚାସ୍ଥିତ ପୁରୁଣା SDA କାର୍ଯ୍ୟାଳୟର ସମ୍ପୂର୍ଣ୍ଣ ମରାମତି ଓ ନବୀକରଣ କରାଯିବ। କର୍ତ୍ତୃପକ୍ଷଙ୍କ ଆର୍ଥିକ କାରବାରରେ ସ୍ୱଚ୍ଛତା ଆଣିବା ପାଇଁ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଫର୍ମ ନିୟୋଜିତ କରିବା ଏବଂ ବାଣିଜ୍ୟିକ ସମ୍ପତ୍ତିରୁ ଟିକସ ଆଦାୟ ପାଇଁ GST ପଞ୍ଜୀକରଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ବୁର୍ଲା ଅଞ୍ଚଳରେ ଥିବା କୋର ହାଉସିଂ ସ୍କିମରେ ଖାଲି ପଡ଼ିଥିବା ପ୍ଲଟଗୁଡ଼ିକୁ ଇ-ଅକ୍ସନ (e-Auction) ମାଧ୍ୟମରେ ବିକ୍ରୟ କରିବା ଏବଂ ଚେରୁଆପଡ଼ାଠାରେ ଜମି ବିକାଶ ପ୍ରକଳ୍ପ ପାଇଁ ଆଲୋଚନା ହୋଇଛି। ବିଭାଗରେ ଥିବା ଖାଲି ପଦବୀଗୁଡ଼ିକୁ ଶୀଘ୍ର ପୂରଣ କରି କାର୍ଯ୍ୟଧାରାକୁ ଅଧିକ ତ୍ୱରାନ୍ୱିତ କରିବାକୁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଏହି ଅବସରରେ ମାନ୍ୟବର ମନ୍ତ୍ରୀ ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ବିଭିନ୍ନ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ସହରାଞ୍ଚଳ) କାର୍ଯ୍ୟାଦେଶ ଏବଂ ଅନ୍ଯାନ୍ଯ ସରକାରୀ ଯୋଜନାରେ ସହାୟତା ବଣ୍ଟନ କରିଥିଲେ।ଆୟୁଷ୍ମାନ ଭାରତ ବୟୋ ବନ୍ଦନା କାର୍ଡ ୦୫ ଜଣ, PMAY (U) 2.0: ୨୦ ଜଣ, PM SVANIDHI (ଋଣ ଓ କ୍ରେଡିଟ୍ କାର୍ଡ): ୧୨ ଜଣ, ମଧୁବାବୁ ପେନସନ ଯୋଜନା (MBPY) ଅଧୀନରେ ଭିନ୍ନକ୍ଷମ ଭତ୍ତା ୬ ଜଣ, ବିଧବା ଭତ୍ତା ୨ ଜଣ ଓ ବାର୍ଦ୍ଧକ୍ୟ ଭତ୍ତା ୧୦ ଜଣ ଙ୍କୁ ସହାଯତା , ରାସନ କାର୍ଡ (୧୫), ଶ୍ରମିକ କାର୍ଡ (୦୬) ଏବଂ ୧୧ ଜଣଙ୍କୁ ମୋଟର ଚାଳିତ ଟ୍ରାଇସାଇକେଲ୍ ପ୍ରଦାନ କରାଯାଇଛି। ଏହି ସମସ୍ତ ସହାୟତା “ସହଯୋଗ” ପୋର୍ଟାଲ ଏବଂ ପ୍ରତ୍ୟକ୍ଷ ମାଧ୍ୟମରେ ଆବେଦନ କରିଥିବା ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି।
ଉକ୍ତ ବୈଠକରେ ମାନ୍ୟବର ବିଧାୟକ ସମ୍ବଲପୁର ଶ୍ରୀ ଜୟନାରାୟଣ ମିଶ୍ର, ନିର୍ଦ୍ଦେଶକ ଟାଉନ୍ ପ୍ଲାନିଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଶ୍ରୀ ଶତ୍ରୁଘ୍ନ କର, ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର(ଭ୍ରା.ପ୍ର.ସେ), ସମ୍ବଲପୁର ମହାନଗର ନିଗମ ର ଆୟୁକ୍ତ ଶ୍ରୀ ରେହାନ ଖତ୍ରି (ଭ୍ରା.ପ୍ର.ସେ) ଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ବୁଦ୍ଧିଜୀବୀ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ