ସଡ଼କ ଦୁର୍ଘଟଣା:ଶେଷ ବର୍ଷର ଭିସୁଟ ଛାତ୍ର ରାଜନଙ୍କ ମୃତ୍ୟୁ
ସମ୍ବଲପୁର:ସମ୍ବଲପୁର ସହରର ମହାନଦୀ କଡରେ ଲମ୍ବୀଯାଇଛି ରିଙ୍ଗ ରୋଡ଼ ଯାହାକି କଚେରୀ ଛକ ରୁ ଜାତୀୟ ରାଜପଥ କୁ କରିଛି ସଂଯୋଗ l ସହରର ଏହି ରିଙ୍ଗ ରୋଡ଼ ରେ ବେଆଇନ ଭାବରେ ପର୍କିଙ୍ଗ ହୋଇ ରହିଛି ଶହ ଶହ ସଂଖ୍ୟାରେ ଚାରିଚକିଆ ଯାନ ଯଦ୍ୱାରା ସଂକୁଚିତ ହୋଇଯାଏ ଏହି ୨ ଥାକିଆ ରାସ୍ତା l ରାତ୍ରିରେ ଯାତାୟାତ ରେ ପ୍ରାୟ ଖାଲିପଡୁଥିବା ଏହି ରାସ୍ତା ରେ ଗାଡି ରେସିଂ, ଯାହାର ପରିଣାମ ଏନେକ ସମୟରେ ସଙ୍ଘଟିତ ହୁଏ ସାଙ୍ଘାତିକ ସଡ଼କ ଦୁର୍ଘଟଣା l ଏହି ବେଆଇନ କାର ଜିପ ପର୍କିଙ୍ଗ ବିଷୟରେ ବାରମ୍ବାର ଜିଲ୍ଲା ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ୍ୟ ଆଜିଯାଏ କୌଣସି ସୁଫଳ ମିଳିପାରିନଥିବା ଦୁର୍ଭାଗ୍ୟଜନକ l
ଗତ ସୋମବାର ଦିନ ପ୍ରାୟ ଅର୍ଦ୍ଧ ରାତ୍ରିରେ ଏମିତି ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି ସମ୍ବଲପୁର ରିଙ୍ଗ ରୋଡ଼ ର ଝାଡୁଆପଡ଼ା ପାଖରେ l ବୁର୍ଲା ଭିସୁଟ ( ଇଞ୍ଜିନିଅରିଂ ବିଶ୍ୱବିଦ୍ୟାଳୟ ) ର ଛାତ୍ର ମାନେ ରାତି ପ୍ରାୟ ୧୧ ଟାରେ ହଷ୍ଟେଲ ରୁ ବାହାରି ସମ୍ବଲପୁର ସହରକୁ ଆସି ପୁଣି ବୁଲେଟ ମୋଟରସାଇକିଲରେ ବୁର୍ଲା ଫେରିବା ବାଟରେ ଦ୍ରୁତ ଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଝାଡୁଆପଡ଼ା ହନୁମାନ ମନ୍ଦିର ର ଅପର ପାର୍ଶ୍ଵରେ ରାସ୍ତାର ମଝି ଡିଭାଇଡର ରେ ଜୋର ରେ ବାଡେଇ ହୋଇ ଛିଟିକି ପଡିଛନ୍ତି ଦୁଇ ଆରୋହୀ l ଘଟଣା ସ୍ଥଳରେ ଶେଷ ବର୍ଷ ସିଭିଲ ଇଞ୍ଜିନିଅରିଂ ଛାତ୍ର ରାଜନ ପଣ୍ଡା ( ୨୧ ବର୍ଷ ) ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଛି l ତାଙ୍କରି ସାଥିରେ ବୁଲେଟ ରେ ବସିଥିବା ଏମ.ଟେକ. ଛାତ୍ର, ହୀରାକୁଦ ର ରୋଶନ ନାୟକ ଗୁରୁତର ଆହତ ହୋଇ ଭୀମସାର ରେ ଚିକିତ୍ସିତ ହେଉଛନ୍ତି l
ମୃତ ଛାତ୍ର ରାଜନ ହେଉଛନ୍ତି ସମ୍ବଲପୁରୀ ଧନୁଯାତ୍ରା କମିଟି ର ଯୁଗ୍ମ ସମ୍ପାଦକ ତଥା କବରାପାଲି ପଂଚାୟତ ରେ ଜି.ଆର.ଏସ . ଭାବେ କାର୍ଯ୍ୟ କରୁଥିବା ଦୁଷ୍ମନ୍ତ କୁମାର ପଣ୍ଡା ( ମଣ୍ଟୁ ) ଙ୍କର ବଡପୁଅ। ସେ ଜଣେ ସଂସ୍କାରି ଓ ମିତାବ୍ୟୟି ଯୁବକ ଥିଲେ l ଧନୁପାଲି ଦୁର୍ଗାପୂଜା, ରଥଯାତ୍ରା, ଧନୁଯାତ୍ରା ତଥା ତାଙ୍କ ଗ୍ରାମ ଛତାବର ର ବିଭିନ୍ନ ଧର୍ମୀୟ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସକ୍ରିୟ ଅଂଶଗ୍ରହଣ କରୁଥିଲେ l
ପୂର୍ବର ମାନେଶ୍ଵର ବ୍ଲକ ରେ ଥିବା ତଥା ବର୍ତ୍ତମାନ ସମ୍ବଲପୁର ମହାନଗର ନିଗମ ର ୪୧ ନମ୍ବର ୱାର୍ଡ ରେ ଥିବା ଛତାବର ଗ୍ରାମର ମୂଳ ନିବାସୀ ଥିବା ଦୁଷ୍ମନ୍ତ ଙ୍କ ପରିବାର ବର୍ତ୍ତମାନ ଧନୁପାଲି ଭବାନୀଫିଲଡ଼ ଅଂଚଳରେ ବସବାସ କରୁଛନ୍ତି l
ସୂଚନା ଯୋଗ୍ୟ ଯେ, ଏହା ପୂର୍ବରୁ ମଧ୍ୟ୍ୟ ବୁଲେଟ ରେ ଭିସୁଟ ରୁ ସମ୍ବଲପୁର ରାତ୍ରି ରେ ଆସିଛନ୍ତି ଯାହାକି ଧନୁପାଲି ଓ କ୍ଷେତରାଜପୁର ଥାନା ର ଅଧିକାରୀ ମାନେ ରାତି ପେଟ୍ରୋଲିଂ ସମୟରେ ଦେଖିଛନ୍ତି ବୋଲି କହୁଛନ୍ତି l ଦୁର୍ଘଟଣା ଘଟିବା ଦିନ ଓଡି ୧୫ ଟି ୯୭୭୯ ବୁଲେଟ ମୋଟର ସାଇକେଲ ରେ କଚେରୀ ଛକ ରୁ ସମଲେଶ୍ୱରୀ ମନ୍ଦିର ପଟେ ଖୁବ ଜୋର ରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଡିଭାଇଡର ରେ ଖୁବ ଜୋରରେ ଧକ୍କା ଦେଇଥିଲେ, ଯଦ୍ୱାରା ଦୁଇଜଣ ଆରୋହୀ ଝିଟିକି ପଡିଥିଲେ l ଖୁବ ଜୋର ରେ ଆଘାତ ହୋଇଥିବା ଯୋଗୁଁ ମୁଣ୍ଡ ଫାଟି ସବୁ ଛୀନଛାତ୍ର ହୋଇଯାଇଥିଲା l ଯଦ୍ୱାରା ଘଟଣା ସ୍ଥଳରେ ହିଁ ରାଜନ ର ମୃତ୍ୟୁ ହୋଇଯାଇଥିଲା l
ପରେ ପୋଲିସ ପେଟ୍ରୋଲିଂ ଦଳ ପହଂଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ରୋଶନ କୁ ବୁର୍ଲା ଭୀମସାର କୁ ସ୍ଥାନାନ୍ତରିତ କରାଯାଇଥିଲା l ତାଙ୍କ ବୁଲେଟ ଗାଡି ପଛରେ ଆକ୍ଟିଭା ରେ ଥିବା ଭିସୁଟ ର ଦୁଇ ବନ୍ଧୁ ଘଟଣା ବିଷୟରେ ରାଜନ ଓ ରୋଶନ ର ପରିବାର ଲୋକଙ୍କୁ ସୂଚନା ଦେବା ସହ ଭିସୁଟ ର ବନ୍ଧୁ ମାନଙ୍କୁ ମଧ୍ୟ୍ୟ ସୂଚନା ଦେଇଥିଲେ l ରାତିରେ ମୃତ ରାଜନ ର ଶବକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ରଖାଯିବା ପରେ ଗତକାଲି ବୁର୍ଲା ଭୀମସାରରେ ଶବ ବ୍ୟବଚ୍ଛେଦ ପରେ ନିଜ ଗାଆଁ ଛତାବର କୁ ନିଆଯାଇ ଶେଷ ଦର୍ଶନ କରାଯାଇଥିଲା l ଯେଉଁଠାରେ ହଜାର ହଜାର ସଂଖ୍ୟାରେ ପରିବାର, ବନ୍ଧୁ ବର୍ଗ ତଥା ଗ୍ରାମବାସୀ ଏକତ୍ରିତ ହୋଇଥିଲେ l ଏଥି ସହ ରେଙ୍ଗଲି ବିଧାୟକ ସୁଦର୍ଶନ ହରିପାଳ, ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ର ଅଧ୍ୟକ୍ଷ ତଥା ସମ୍ବଲପୁରୀ ଧନୁଯାତ୍ରା କମିଟି ର ସଭାପତି ସଞ୍ଜୟ ବାବୁ, ବରିଷ୍ଠ ବିଜେପି ନେତା ରମେଶ ସାହୁ, ଅଞ୍ଚଳ ର ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ l ଛତାବର ରୁ ଏକ ଶୋଭାଯାତ୍ରା ରେ ସମ୍ବଲପୁର ରାଜଘାଟ କୁ ଅଣାଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା l ମୃତ ରାଜନ ର ବଡ଼ ବାପା ସୁଶାନ୍ତ ମୁଖାଗ୍ନି ଦେଇଥିଲେ l ରାଜଘାଟ ରେ ହଜାର ସଂଖ୍ୟାରେ ଶୋକାକୁଳ ପରିବେଶରେ ସ୍ଥାନୀୟ ବ୍ୟକ୍ତି ତଥା ଭିସୁଟ ର ଛାତ୍ର ମାନେ ଉପସ୍ଥିତ ରହି ଶୋକ ବ୍ୟକ୍ତ କରିଥିଲେ l ବିଜେଡି ର ପୂର୍ବତନ ମନ୍ତ୍ରୀ ରୋହିତ ପୂଜାରୀ ମଧ୍ୟ୍ୟ ଏକ ପ୍ରେସ ବିବୃତି ରେ ସମବେଦନା ଜ୍ଞାପନ ସହ ଶୋକ ବାର୍ତ୍ତା ଦେଇଛନ୍ତି l
ଏତେ ରାତିରେ କେମିତି ହଷ୍ଟେଲ ର ପିଲାମାନଙ୍କୁ ଭିସୁଟ ରୁ ଛଡା ଯାଉଛି ବୋଲି ଜନସାଧାରଣ ରେ ଚର୍ଚ୍ଚା ହେଉଛି l ଜିଲ୍ଲା ପ୍ରଶାସନ ଓ ଭିସୁଟ କତୃପକ୍ଷ ଏଦିଗରେ ହସ୍ତକ୍ଷେପ କରିବାକୁ ମଧ୍ୟ୍ୟ ଦାବୀ ହେଉଛି।

