ଅସମ୍ପୂର୍ଣ୍ଣ ଟେଭାପଦର କଲ୍ୟାଣ ମଣ୍ଡପକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ଦାବି


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ପିତାମହୁଲ ପଞ୍ଚାୟତ ଅନ୍ତର୍ଗତ ଟେଭାପଦର ଠାରେ ନିର୍ମାଣଧିନ କଲ୍ୟାଣ ମଣ୍ଡପ ୩ ବର୍ଷ ହେଲା ଅସମ୍ପୂର୍ଣ୍ଣ ହୋଇ ପଡି ରହିଛି। ଦିନକୁ ଦିନ ଲୋକସଂଖ୍ୟା ବୃଦ୍ଧି ହେତୁ ଏ ଅଞ୍ଚଳରେ ସଭା ସମିତି, ବୈଠକ,ବିବାହ ବ୍ରତ ତଥା ବିଭିନ୍ନ ସାମାଜିକ, ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସ୍ଥାନର ଅଭାବ ରହିଛି । କୈାଣସି ସରକାରୀ କିମ୍ବା ବେସରକାରୀ ବଡ ଗୃହ ମଧ୍ୟ ଏଠାରେ ନାହିଁ। ଅଞ୍ଚଳବାସୀ ଙ୍କ ସ୍ଵାର୍ଥ ଦୃଷ୍ଟିରୁ ସରକାର ଏଠାରେ କଲ୍ୟାଣ ମଣ୍ଡପ ପାଇଁ ୨୦୨୦-୨୧ ରେ ପ୍ରାୟ ୩୫ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ । ଖୁବଶୀଘ୍ର ଲୋକଙ୍କ କାର୍ଯ୍ୟରେ ଲାଗିବା ନେଇ କଲ୍ୟାଣ ମଣ୍ଡପ ନିର୍ମାଣ କାମ ଆରମ୍ଭ ହୋଇଥିଲା। କିନ୍ତୁ ଛାତ ପର୍ଯ୍ୟନ୍ତ କାମ କରି ଅଧାପନ୍ତରିଆ ଭାବେ ଛାଡି ଦେଇଛନ୍ତି। ଉକ୍ତ ମଣ୍ଡପ ଟି ଅର୍ଦ୍ଧ ନିର୍ମିତ ହୋଇ ଥିବାରୁ ଏହାର ଭିତରେ ଓ ବାହାରେ ଅନାବନା ଗଛଲତା ଉଠି ପରିତ୍ୟକ୍ତ ଅବସ୍ଥାରେ ପଡିରହି ଏକ ପ୍ରକାରର ଭୂତକୋଠି ପାଲଟିଛି। ଅସମ୍ପୂର୍ଣ୍ଣ କୋଠାରେ ଚୋର , ଡକାୟତ,ଜୁଆଡି ତଥା ଅସାମାଜିକ ଲୋକଙ୍କ ଆର୍ଡା ଜମୁଥିବା ଦେଖା ଦେଇଛି l ଜିଲ୍ଲା ପ୍ରଶାସନ ତୁରନ୍ତ ଅଞ୍ଚଳବାସୀଙ୍କ ଦାବି ପ୍ରତି ସମ୍ମାନ ଜଣାଇ ଅସମ୍ପୂର୍ଣ୍ଣ କଲ୍ୟାଣ ମଣ୍ଡପ କୁ ଯଥାଶୀଘ୍ର ସମ୍ପୁର୍ଣ୍ଣ କରିବା ପାଇଁ ଦାବି କରନ୍ତି ।