Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଟ ପ୍ରଶ୍ନପତ୍ର ଲିକ୍ ପ୍ରତିବାଦରେ ବିଜୁ ଯୁବ ଛାତ୍ର ପକ୍ଷରୁ ପ୍ରତିବାଦ ଶୋଭାଯାତ୍ରା

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଜୁ ଯୁବ ଛାତ୍ର ଜନତା ପକ୍ଷରୁ ନିଟ ପ୍ରଶ୍ନପତ୍ର ଲିକ ପ୍ରତିବାଦ ରେ ଶୋଭାଯାତ୍ରା ଓ କେନ୍ଦ୍ର ଶିକ୍ଷା ମନ୍ତୀ ଧର୍ମେନ୍ଦ୍ର ପଧାନ ଙ୍କ କୁଶପୁତ୍ତଳିକା ଦାହ କରାଯାଇଛି l ଆଜି ଅପରାହ୍ନ ୫ ଘଣ୍ଟା ସମୟରେ ରାଜ୍ୟ ବିଜେଡି ସମ୍ପାଦକ ନାରାୟଣ ଲୁହାଙ୍କ ନେତୃତ୍ୱ ରେ ଏକ ବିଶାଳ ଶୋଭାଯାତ୍ରା ବାହାରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପଧାନଙ୍କ ଇସ୍ତଫା ଦାବୀ କରିଥିଲେ l ଡବଲ ଇଞ୍ଜିନ ସରକାର ରେ ମେଧାବୀ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ କୁ ନେଇ ଖେଳ ଖେଳୁଥିବା ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି l ଗୁରୁବାର ପ୍ରତିବାଦ ସଭାରେ ଜିଲ୍ଲା ବିଜେଡି ଯୁବ ସଭାପତି ଅଶୋକ ନନ୍ଦ, ଛାତ୍ର ସଭାପତି ଅଭିଷେକ ଶର୍ମା, ରାଜ୍ୟ ବିଜେଡି ଛାତ୍ର ସମ୍ପାଦକ ଶାଶ୍ୱତ ମିଶ୍ର , ବ୍ଲକ ବିଜେଡି ସଭାପତି ସୁରୁନାରାୟଣ ମହାକୁର , ଜିଲ୍ଲା ବିଜେଡି ଉପସଭାପତି କିଶୋର ହୋତା, ଶୈଳ ରଞ୍ଜନ ବାଦୀ , ଲକ୍ଷ୍ମୀ ନାରାୟଣ ପୁରୋହିତ, ଆଲୋକ ଦେହୁରୀ ଭଗବାନ କର୍ଣ୍ଣ, ପ୍ରଦୀପ ମିଶ୍ର, ପର୍ଶୁରାମ ଦେହୁରୀ,କଲ୍ଲୋଳ ମିଶ୍ର ,ସଂଜୀବ ଦେହୁରୀ, ମହେନ୍ଦ୍ର ଜଗଦଲl , ରମେଶ ଦେହୁରୀ , ବେଲାର ପାତ୍ର, ନିରୋଦ ପାଣ୍ଡେ, ଧର୍ମେନ୍ଦ୍ର ଥାନାପତି, ମାନସ ବେହେରା, ସୁବ୍ରତ ମହାକୁର, ପ୍ରତାପ ଚାନ୍ଦ, କେଦାର ପଣ୍ଡା, କୃଷ୍ଣ ପଣ୍ଡା,ବଶିଷ୍ଠ ପଣ୍ଡା, ଭାଗିରଥି ସାହୁପ୍ରମୁଖ ଶତାଧିକ କର୍ମୀ ସାମିଲ ହୋଇଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ