Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଲିସ ଗାଡି କୁ ଧକ୍କା ଦେଇ ଫେରାର ମାରୁଥିବା ପିକଅପ୍ ଦୁର୍ଘଟଣାଗ୍ରସ୍ତ

ବୀରମହାରାଜପୁର : ପୁଲିସ ଗାଡିକୁ ଧକ୍କା ଦେଇ ଫେରାର ମାରୁଥିବା ଏକ ପିକଅପ ଭ୍ୟାନ ଦୁର୍ଘଟଣାର ଶିକାର ହୋଇଛି । ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ପୋଲିସ ଶୁକ୍ରବାର ପୂର୍ବାହ୍ନରେ ନିଜ ଥାନା ଅଂଚଳରେ ପେଟ୍ରୋଲିଂ କରୁଥିଲେ । ଉକ୍ତ ସମୟରେ ଦୃତଗତୀରେ ଆସୁଥିବା ଏକ ପିକଅପ ଭ୍ୟାନ ପୁଲିସ ଗାଡିକୁ ଧକ୍କା ଦେଇ ଫେରାର ହୋଇଯାଇଥିଲା । ଗଞ୍ଜେଇ ଚୋରାଚାଲାଣ କରୁଥିବା ସନ୍ଦେହରେ ସୁବଳୟା ପୁଲିସ ପିକଅପ ଭ୍ୟାନର ପିଛା କରିବା ସହିତ ଜିଲା ଆରକ୍ଷୀ ଅଧିକ୍ଷକଙ୍କୁ ଘଟଣା ବିଷୟରେ ଜଣାଇଥିଲା । ଫଳରେ ଜିଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକଙ୍କ ନେତୃତ୍ୱରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଧର୍ମଶାଳା ଫାଣ୍ଡି ଅଧିକାରୀ ନିଜ ଟିମ ସହିତ ଧର୍ମଶାଳା ଠାରେ ଉକ୍ତ ପିକଅପ ଭ୍ୟାନ ଅଟକାଇବାକୁ ଚେଷ୍ଟା କରୁଥିଲେ । ମାତ୍ର ଗାଡି ଚାଳକ ଭାରସାମ୍ୟ ହରାଇ ସେଠାରେ ଦୁର୍ଘଟଣାର ଶିକାର ହୋଇଥିଲା । ପିକଅପ ଯାଂଚ ପରେ ଗାଡିରେ ଗଞ୍ଜେଇ ନଥିବା ଜଣାପଡିଥିଲା । ତେବେ ଗାଡି ଚାଳକଙ୍କୁ ଅଟକ ରଖି ପୁଲିସ ଅଧିକ ପଚରା ଉଚୁରା କରୁଥିବା ଜଣାପଡିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories