Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସତ୍ୟସାଇ ସେବା ଟ୍ରଷ୍ଟ ପକ୍ଷରୁ ରକ୍ତଦାନ ଶିବିର ଓ ନିର୍ମଳ ଝର ଶୁଭାରମ୍ଭ

ବୀରମହାରାଜପୁର : ସ୍ଥାନୀୟ ଜୁବୁଲି କଲ୍ୟାଣ ମଣ୍ଡପ ଠାରେ ସତ୍ୟସାଇ ସେବା ଟ୍ରଷ୍ଟ ପକ୍ଷରୁ ନିର୍ମଳଝର ଥଣ୍ଡାପାଣି ର ସବୁଦିନିଆ ବ୍ୟବସ୍ଥା କରାଯାଇଛି l ଟ୍ରଷ୍ଟ ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜନ କରାଯିବା ସହ ବାଳବିକାଶ କାର୍ଯ୍ୟକ୍ରମ ପାଇଁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା କାର୍ଯ୍ୟବାହ ସୂର୍ଯ୍ୟ କୁମାର ମହାପାତ୍ର, ପୂର୍ବତନ ଜିଲ୍ଲା କାର୍ଯ୍ୟବାହ ବୃନ୍ଦାବନ ରଥ, ସତ୍ୟସାଇ ସେବା ସଂଗଠନ ବଲାଙ୍ଗୀର ଶାଖାର ପ୍ରମୁଖ ରସରାଜ ଠାକୁର ଯୋଗଦେଇ ସେବାପାଇଁ ତ୍ୟାଗ ଓ ଉସର୍ଗ ର ଆବଶ୍ୟକ ରହିଥିବା ଉଲ୍ଲେଖ କରିଥିଲେ l ଏହି କାର୍ଯ୍ୟକ୍ରମରେ ସନ୍ତୋଷ ବେହେରା,ଭଗବାନ ବାଘ,ଆରତୀ ଖମାରୀ , ସବିତା ମେହେର , ରାଜୁ ମେହେର, ବିରଞ୍ଚି ମେହେର , ବିନାୟକ ମେହେର , ତ୍ରିନାଥ ମେହେର , ପ୍ରଶାନ୍ତ ପଟ୍ଟନାୟକ, ଙ୍କ ସମେତ ଶତାଧିକ ସତ୍ୟସାଇ ଭକ୍ତ ଯୋଗଦାନ କରିଥିଲେ l ଏ ଅବସରରେ ସୋନପୁର ବ୍ଲଡ୍ ବ୍ୟାଙ୍କ୍ ତରଫରୁ 29 ୟୁନିଟ୍ ବ୍ଲଡ୍ ସଂଗ୍ରହ କରାଯାଇଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ