କାଠଯୋଡି ନଦୀ ପଠାରୁ ମିଳିଲା ଅଧାପୋତା ମହିଳାଙ୍କ ମୃତଦେହ! ବାରଙ୍ଗ ପୋଲିସର ଛାନଭିନ
କଟକ, ୨୧ |୫: ଆଜି କଟକ କାଠଯୋଡି ନଦୀ ପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି | ନଦୀ ପଠାରୁ ଅଧାପୋତା ଅବସ୍ଥାରେ ଏକ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। କୁକୁର ମୃତଦେହ ଟିକୁ ଖାଉଥିବା ବେଳେ ସ୍ଥାନୀୟ ଅଞ୍ଚଳର ଲୋକେ ପୁଲିସକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ସୂଚନା ପାଇ ବାରଙ୍ଗ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିଛି | କେହି ହତ୍ୟା କରି ପରେ ମୃତଦେହକୁ ପୋତି ଦେଇଥିବା ସନ୍ଦେହ କରାଯାଉଛି। ତେବେ ମହିଳାଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡିନାହିଁ |

