Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଷୋହଳ ପ୍ରହର ନାମ ଯଜ୍ଞ ସହ ସମାପ୍ତ ହେଲା ଲକ୍ଷ୍ମୀପୁର ଜଗନ୍ନାଥ ମନ୍ଦିର ର ପ୍ରତିଷ୍ଟା ଉସ୍ଚବ; ପୁର୍ଣାଙ୍ଗ ମନ୍ଦିର କୁ ଭକ୍ତଙ୍କ ପ୍ରଶଂସା

ଲକ୍ଷ୍ମୀପୁର : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସଦର ମହକୁମାରେ ଗତ ୫ଦିନ ଧରି ହେଊଥିବା ଶ୍ରୀ ଜଗନ୍ନାଥ ମନ୍ଦିର ର ପ୍ରତିଷ୍ଠା ଉତ୍ସବ ଷୋହଳ ପ୍ରହର ନାମଯଜ୍ଞ ସହ ସମାପ୍ତ ହୋଇଛି। ଗଞ୍ଜାମ ର ବ୍ରାହ୍ଣଣ ପୁରୋହିତଙ୍କ ସହ ପୁରିର ସେବାୟତ ଦଇତାପତି ମାନେ ୫ଦିନ ଧରି ଏହି ପ୍ରତିଷ୍ଟା ଉସ୍ଚବ କାର୍ଯ୍ୟକ୍ରମ ରେ ଯୋଗଦେଇ ହୋମଯଜ୍ଞ ମାଧ୍ୟମରେ ମନ୍ଦିର ପ୍ରତିଷ୍ଠା କରିଥିଲେ।ପ୍ରାୟ ୪୦ ରୁ ଉର୍ଧ ପାର୍ଶ୍ବ ଦେବାଦେବି ଙ୍କ ସହ ମା ଲକ୍ଷ୍ମୀ ଓ ବିମଳା ଙ୍କୁ ପ୍ରାଣପ୍ରତିଷ୍ଠା କରାଯିବା ପରେ ମନ୍ଦିର ଉପରେ ନିଳଚକ୍ର ସ୍ଥାପନା କରାଯାଇଥିଲା।ସୋମବାର ଦିନ ବିରାଟ ପଟୁଆର ହଜାର ହଜାର ଭକ୍ତ ଙ୍କ ଉପସ୍ଥିତରେ ଭବ୍ୟମନ୍ଦିର ପରିସର ଭିତରେ ଚତୁର୍ଦ୍ଧା ମୂର୍ତି ଙ୍କୁ ପ୍ରବେଶ କରାଯାଇଥିଲା।ପ୍ରତିଷ୍ଟା ଉସ୍ଛବ ସକାଶେ ଲକ୍ଷ୍ମୀପୁର ଉସ୍ଚବ ମୁଖର ହୋଇ ଉଠିଥିବା ବେଳେ ସୁନ୍ଦର ଆଲୋକ ସଜ୍ଜାରେ ସଜ୍ଜିତ କରାଯାଇଥିଲା। ।ଗତ ୫ଦିନ ଧରି ହଜାର ହଜାର ଭକ୍ତ ଙ୍କ ସହ ଦୁଇଓଳି ପ୍ରଶାଦ ସେବନ ର ବ୍ୟବସ୍ତା କରାଯାଇଥିଲା। ପ୍ରତିଷ୍ଟା ଉସ୍ଚବ ରେ ଅଙ୍କୁର ରୋପଣ ଧାନ୍ୟାଦିବାସ,କଳସଯାତ୍ରା କର୍ମାରମ୍ଭ ଯଜ୍ଞଅଗ୍ନି ସ୍ଥାପନ,ସୂର୍ଯ୍ୟ ପୂଜା,ଗୋପୂଜା,ଗୁରୁପୂଜା,ଦେବତା ଆବାହନ ,ଦେବତା ମହାସ୍ନାନ ଓ ଶୟନ,ପ୍ରାଣ ପ୍ରତିଷ୍ଠା,ନାମଯଞ୍ଜ,ପୁର୍ଣାହୁତି,ଜଗନ୍ନାଥ ଙ୍କ ଚତୁରର୍ଦ୍ଧା ମୂର୍ତି ଙ୍କ ମନ୍ଦିର ପ୍ରବେଶ ,ପ୍ରସାଦ ସେବନ ଓ ନାମ ଯଞ୍ଜ ଭଳି ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା।୩ଦିନ ଭଜନ ସମାରହ ,ପ୍ରବଚନ ,ଷୋହଳ ପ୍ରହର ନାମଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା।ଦିର୍ଘ ୨୮ ବର୍ଷ ପରେ ଅଞ୍ଚଳର ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟ ରେ ପ୍ରାୟ କୋଟିଏ ରୁ ଉର୍ଧ ଟଙ୍କାରେ ହୋଇଥିବା ସୁସଜ୍ଜିତ ମନ୍ଦିର କୁ ଦେଖି ଭକ୍ତ ଙ୍କ ମନରେ ଆନନ୍ଦର ଲହରି ଖେଳିଯାଇଥିଲା। ଦୁଇ ଶହ ରୁ ଉର୍ଧ ଶ୍ରୀ ଜଗନ୍ନାଥ ଭକ୍ତ ମନ୍ଦିର ର ଆଜିବନ ସଦସ୍ୟ ସକାଶେ ଆର୍ଥିକ ରାଶି ପ୍ରଦାନ କରି ନାମ ପଞ୍ଜିକରଣ କରିଛନ୍ତି।ମନ୍ଦିର ପରିଚାଳନା କମିଟି ସହ ଗାଁର ଯୁବବର୍ଗ ର ପୁର୍ଣ ସହଯୋଗରେ ପ୍ରତିଷ୍ଠା ଉତ୍ସବ ସମାପ୍ତ ହୋଇପାରିଛି।କାର୍ଯ୍ୟକ୍ରମ ଅବସର ରେ ଉତ୍କଳ ଆଲୁମିନା ସିଈଓ,ବେଦାନ୍ତ କର୍ମଚାରୀ,ମୈତ୍ରି କମ୍ପାନି ମାଲିକ,ଏଆରଏସଏସ୍ ସୁପରଭାଇଜର ,କୋରାପୁଟ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସଦସ୍ୟ,ସ୍ତାନୀୟ ବିଧାୟକ ଙ୍କ ସମେତ କୋରାପୁଟ ମୁନସିପାଲଟି ଅଧ୍ୟକ୍ଷ,ଜିଲ୍ଲାପରିଷଦ ସଭାପତି,ଅବସର ପ୍ରାପ୍ତ ସଚିବ ,ସ୍ତାନୀୟ ବିଡିଓ ,ପୁର୍ବତନ ସାଂସଦ,ବିଧାୟକ,ସ୍ତାନୀୟ ଆଇଆଇସି ଙ୍କ ସମେତ କୋରାପୁଟ ନବରଙ୍ଗପୁର ରାୟଗଡା ଭଳି ଜିଲ୍ଲାର ଅନେକ ଭକ୍ତ୍ତ ଉପସ୍ଥିତ ହୋଇଥିଲା।ମନ୍ଦିର ପରିଚାଳନା କମିଟି ଏତେବଡ କାର୍ଯ୍ୟକ୍ରମ ହାତକୁ ନେଇ ସୁରୁଖୁରୁରେ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ସମାପନ କରାଇପାରି ଥିବାରୁ ଗ୍ରାମବାସି ଙ୍କ ତରଫରୁ ଧନ୍ୟବାଦ୍ ଅର୍ପଣ କରାଯାଇଥିଲା।୫ଦିନ ଧରି ଜାତୀୟ ରାଜପଥ ଉପରେ ପୋଲିସ ତରଫରୁ ଟ୍ରାଫିକ୍ ନିୟନ୍ତ୍ରଣ ସହ ଶାନ୍ତିଶୃଙ୍ଖଳା ବଜାୟ ରଖାଯାଇଥିଲା.।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ