Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଚିକିସ୍ଚା ଚାଲିଥିବା ବେଳେ ମୋବାଇଲ୍ ବାଇକ୍ ଟଙ୍କା ଧରି ଫେରାର୍ ଦୁର୍ଘଟଣାଗ୍ରସ୍ତ ଯୁବକ

ଲକ୍ଷ୍ମୀପୁର ୩୦.୦୫ : ମୋଟରସାଇକେଲ୍ ଦୁର୍ଘଟଣା ରେ ଆହତ ହୋଇଥିବା ଦୁଇଜଣ ଯୁବକ ଙ୍କୁ ଉଧାର କରି ଡାକ୍ତରଖାନା ରେ ଚିକିସ୍ଚା ସକାଶେ ପହଞ୍ଚାଇଲେ,ଚିକିସ୍ଚା ଚାଲୁଥିବା ସମୟରେ ଟଙ୍କା ଓ ମୋବାଇଲ୍ ସହ ଦୁର୍ଘଟଣା ହୋଇଥିବା ବାଇକ୍ କୁ ଧରି ଉଧାର କରିଥିବା ଯୁବକ ଚମ୍ପଟ ମାରିବା ଘଟଣା ଲକ୍ଷ୍ମୀପୁର ରେ ଚର୍ଚାର ବିଷୟ ପାଲଟିଛି।ସୂଚନା ଅନୁଯାୟୀ ରାୟଗଡା ଜିଲ୍ଲା ସିକରପାଇ ଅଞ୍ଚଳର ଦୁଇ ଜଣ ଫିରୋଜ ସେଠି ଓ ନିରଞ୍ଜନ ନାୟକ୍ ନାମକ ଯୁବକ କୌଣସି ଏକ କାମରେ କୋରାପୁଟ ଆସି ରାୟଗଡା ଫେରୁଥିବା ସମୟରେ ଲକ୍ଷ୍ମୀପୁର ବ୍ଲକ ପଞ୍ଚଡା ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ।ଦୁର୍ଘଟଣା ପରେ ଆହତ ଅବସ୍ତାରେ ୨ଜଣ ପଡିଥିବା ଦେଖି ଜଣେ ଯୁବକ ସେମାନଙ୍କୁ ଉଧାର କରି ୧୦୮ ଆମ୍ବୁଲାନ୍ସରେ ଲକ୍ଷ୍ମୀପୁର ଡାକ୍ତରଖାନା ପଠାଇ ସେମାନଙ୍କ ବାଇକ୍ ଧରି ଲକ୍ଷ୍ମୀପୁର ଡାକ୍ତରଖାନାରେ ପହଁଚିଥିଲେ।ଦୁର୍ଘଟଣା ଗ୍ରସ୍ତ ଦୁଇଜଣଙ୍କ ଅବସ୍ଥା ଗୁରୁତ୍ବର ଥିବା ଦେଖି ଚିକିସ୍ଛା କରୁଥିବା ଡାକ୍ତର୍ କୋରାପୁଟ ଏସଏଲଏନ୍ ମେଡିକାଲ୍ କଲେଜ୍ କୁ ରେଫର୍ କରିଥିଲେ।ଆହତ ଯୁବକ ମାନେ ରାୟଗଡା ର ହୋଇଥିବାରୁ ସେମାନେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିସ୍ଚାଳୟ କୁ ଯିବାକୁ ଚାହିଁଥିଲେ।ଉଧାର କରିଥିବା ଯୁବକ ସେହି ସମୟରେ ଆହତ ମାନଙ୍କୁ ଗାଡି ଠିକ୍ କରିଦେବି କହି ସେମାନଙ୍କ ଠାରୁ ୩ହଜାର ଟଙ୍କାମାଗିଥିଲା।ଟଙ୍କା ଦେବା ପରେ ଯୁବକ ଜଣକ ଆହତ ଯୁବକ ମାନଙ୍କ ମୋଟର ସାଇକେଲ୍ ଓ ଦୁର୍ଘଟଣା ସ୍ତାନରୁ ପାଇଥିବା ମୋବାଇଲ୍ ଧରି ଚମ୍ପଟ ମାରିଦେଇଥିଲା।ଦିର୍ଘ ସମୟ ଧରି ସେହି ଯୁବକ ଜଣକ ନଆସିବାରୁ ଫେରାର୍ ହୋଇଯାଇଥିବା ଜାଣିବା ପରେ ପୁଣି କୋରାପୁଟ ମେଡିକାଲ୍ କଲେଜ୍ କୁ ଆମ୍ବୁଲାନ୍ସ ଯୋଗେ ସ୍ତାନାନ୍ତର କରାଯାଇଥିଲା।ଆହତ ଦୁହେଁ କୋରାପୁଟ ଡାକ୍ତରଖାନାରେ ଚିକିସ୍ଚାଧିନ ଅବସ୍ତାରେ ଥିବା ଯୋଗୁଁ ଖବର ଲେଖାଯିବା ସୁଧା ଥାନାରେ କୌଣସି ମାମଲା ରୁଜୁ ହୋଇ ନଥିବା ଜଣା ପଡିଛି ।