ଗଜପତି ମହାରଜ ଙ୍କ କର କାମଳ ରେ ବ୍ୟକ୍ତିତ୍ୱ ବିକାଶ ସିବିର ଉଦ୍ଘାଟନ ସିବିର l
ଅସ୍ତରଙ୍ଗ୪/୬, ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଆଳଙ୍ଗପୁର ପଞ୍ଚାୟତ ବରପଦା ଗ୍ରାମ ଭାଗବତ ପଡିଆ ରେ ସାପ୍ତାହିକ ପାରାୟଣ ସହିତ ପାଞ୍ଚ ଦିନିଆ ବ୍ୟକ୍ତିତ୍ୱ ବିକାଶ ଶିବିର ବୁଧବାର ଦିନ ସନ୍ଧ୍ୟା ସମୟ ରେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ କରକମଳ ରେ ଉଦଘାଟିତ ହୋଇଯାଇଛି l ଏହି ବ୍ୟକ୍ତିତ୍ୱ ବିକାଶ ଶିବିର ର ମୂଳ ଉଦ୍ଧେଶ୍ୟ ବର୍ତ୍ତମାନ ସମାଜ ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଗୋଟେ ସୁନ୍ଦର ପୂର୍ଣ୍ଣାଙ୍ଗ ସମାଜ ଗଠନ କରିବା, ଆଜିର ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ କଲେଜ ରେ ଭୌତିକ ଶିକ୍ଷା ଗ୍ରହଣ କରୁଛନ୍ତି ଯାହା ସେମାନଙ୍କ ଜୀବନ ର ଲକ୍ଷ ସାଧନା ପାଇଁ ନିମିତ୍ତ ମାତ୍ର, ଏହା ସହ ଆଧ୍ୟାତ୍ମିକ ଜ୍ଞାନ ଗ୍ରହଣ କଲେ ସେ ନିଜକୁ ଗୋଟେ ସୁନ୍ଦର ବ୍ୟକ୍ତିତ୍ବ ହିସାବରେ ସମାଜ ରେ ପ୍ରତିଷ୍ଠା କରିପାରିବ l ଏହି ଲକ୍ଷ ନେଇ ପ୍ରାଚ୍ୟ ପରମ୍ପରା ଗୁରୁକୁଳ ର ଆଦର୍ଶ ର ଐତିହାସିକ ପୌରାଣିକ ତଥ୍ୟ କୁ ଉପସ୍ଥିତ ପୁରୀ ଜିଲ୍ଲା ର ସହ ସହ ଛାତ୍ର ଛାତ୍ରୀ ଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ଗଜପତି ମହାରାଜl ଜୀବନ ଶୈଳୀ ରେ ପରିବର୍ତ୍ତନ, ଯୋଗ, ଆଧ୍ୟାତ୍ମିକ ଢଙ୍ଗ ରେ ପରିଚାଳିତ, ଶାସ୍ତ୍ର ଜ୍ଞାନ, ଉପଦେଶ ଏହିଭଳି ଜ୍ଞାନ ଓଡିଶା ର ପରିଚିତ ଆଚାର୍ଯ୍ୟ ମାନଙ୍କ ଦ୍ୱାରା ପିଲା ମାନଙ୍କୁ ପାଞ୍ଚ ଦିନ ଧରି ପ୍ରଶିକ୍ଷଣ ଦିଆଯିବ l ଏହା ସହ ଏକ ସପ୍ତାହ ଧରି ଭାଗବତ ପାରାୟଣ, ଜଗନ୍ନାଥ ଙ୍କ ଭଜନ କୀର୍ତ୍ତନ ଭଳି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଏହି କାର୍ଯ୍ୟକ୍ରମ ରେ ବିଶିଷ୍ଟ ଅତିଥି ସଚ୍ଚିତାନନ୍ଦ ଦାସ ମହାରାଜ, ମୁଖ୍ୟ ବକ୍ତା ମାଧବାନନ୍ଦ ସରସ୍ବତୀ ମହାରାଜ, ସମ୍ମାନିତ ବକ୍ତା ସ୍ୱାମୀ ଜଗଦିଶାନନ୍ଦ ସରସ୍ବତୀ, ସମ୍ମାନିତ ଅତିଥି ଭାବେ ମହନ୍ତ ଶ୍ରୀ ରାମକୃଷ୍ଣ ଦାସ ମହାରାଜ ଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ପୂଜ୍ୟ ବାବା ସତ୍ୟାନନ୍ଦ ଦାସ ମହାରାଜl ଏହି କାର୍ଯ୍ୟକ୍ରମ ରେ ପୁରୀ ଜିଲ୍ଲା ର ବିଭିନ୍ନ ସ୍ଥାନରୁ ୭୬୦ ଛାତ୍ର ଛାତ୍ରୀ ପଞ୍ଜିକରଣ କରିଛନ୍ତି l

