Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରଥପୁର୍ ରେ ଜଳ ବିଶୋଧନାଗାରର ଭୂମି ପୂଜନ କାର୍ଯ୍ୟକ୍ରମ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତ ଅନ୍ତର୍ଗତ ରଥପୁର ଠାରେ ମଙ୍ଗଳବାର ଦିନ ମେଗା ଜଳ ବିଶୋଷଧନାଗାର ନିର୍ମାଣ ପାଇଁ ଭୁମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ରଥପୁର ମହାନଦୀ ନିକଟରେ ମେଗା ଇଞ୍ଜିନିୟରିଂ କମ୍ପାନି ଦ୍ବାରା ନିର୍ମିତ ହେବାକୁ ଥିବା ମେଗା ଜଳବିଶୋଧନାଗାର ର ନିର୍ମାଣ ନେଇ ଭୂମିପୂଜନ କାର୍ଯ୍ୟକ୍ରମରେ ଉଫୁଲା ସରପଞ୍ଚ ଶ୍ରିୟା କର୍ମି ମୁଖ୍ୟଅତିଥି ଭାବେ ଯୋଗଦେଇ ଭୂମି ପୂଜନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭାଗିୟ ନିର୍ବାହି ଯନ୍ତ୍ରୀ ବିଭୁତି ଭୁଷଣ ପଣ୍ଡା, ସହକାରି ଯନ୍ତ୍ରୀ ବଳରାମ ମାଝି, ବ୍ଲକ କନିଷ୍ଠ ଯନ୍ତ୍ରୀ ମଞ୍ଜୁଳତା ଗୌଡ, ମେଗା ଇଞ୍ଜିନିୟରିଂ କମ୍ପାନିର କ୍ଷେତ୍ର ଅଧିକାରୀ ବିନୋଦ ନାଏକ, ବିଭାଗିୟ ଏସ ସିଏମ ଲକ୍ଷ୍ମଣ ସାଥୁଆ ପ୍ରମୁଖ ଯୋଗ ଦେଇ ଥିଲେ । ବ୍ଲକର ସାଧାରଣ ଜନତା ଙ୍କ ପାଇଁ ବିଶୁଦ୍ଧ ପାନିୟ ଜଳ ଯୋଗାଣ ପାଇଁ ସରକାର ଙ୍କ ତରଫରୁ ମେଗା ପ୍ରକଳ୍ପର ଭୂମିପୂଜନ କାର୍ଯ୍ୟକ୍ରମ ରେ ବିଭାଗୀୟ ଅନ୍ୟାନ୍ୟ କର୍ମଚାରୀ ଯୋଗଦେଇ ଥିଲେ । ସୁଚନାମତେ ଏହି ପ୍ରକଳ୍ପରୁ ବ୍ଲକର ସମସ୍ତ ୧୫ ପଞ୍ଚାୟତ ର ପ୍ରାୟ ୧ଲକ୍ଷ ୯୦ହଜାର ପରିବାର ଉପକୃତ ହେବେ ବୋଲି ଜଣାଯାଇଛି । ୧୬୯ କୋଟି ଟଙ୍କା ବ୍ୟୟ ଅଟକଳ ରେ ଉକ୍ତ ଜଳ ବିଶୋଧନାଗାର ପ୍ରକଳ୍ପ ର କାର୍ଯ୍ୟ ହେବ ବୋଲି ବିଭଗ ପକ୍ଷରୁ ସୁଚନା ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ