Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅସ୍ତରଙ୍ଗ ଅଂଚଳ ରେ ମନ୍ଦିର ଚୋରି ବନ୍ଦ ହେବ କେବେ,,

ଅସ୍ତରଙ୍ଗଅଞ୍ଚଳ ରେ ବନ୍ଦ ହେଉନି ମନ୍ଦିର ଚୋରୀ ପ୍ରଶାସନ ଉପରୁ ଆସ୍ଥା ହରାଉଛନ୍ତି ଅଞ୍ଚଳ ବାସୀ
ଅସ୍ତରଙ୍ଗ୯/୬, ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକଅଞ୍ଚଳ ଏବେ ଚୋର ଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଦିନକୁ ଦିନ ଏଠି ଲୁଟେରା ଙ୍କ ପାଦ୍ରୁଭାବ ବୃଦ୍ଧି ପାଇବାରେ ଲାଗିଛି ମଠ ମନ୍ଦିର ବିଦ୍ୟାଳୟ ଅଙ୍ଗନବାଡି କେନ୍ଦ୍ର ସବୁଠୁ ହେଉଚି ଚୋରି l ରାତି ପାହିଲେ କେଉଁଠୁ ନା କେଉଁଠୁ ଖବର ଆସୁଛି ଅସ୍ତରଙ୍ଗ ରେ ଚୋରୀ। କୌଣସି ମନ୍ଦିର ଛାଡୁ ନାହାନ୍ତି, ଜଗନ୍ନାଥ ମନ୍ଦିର, ଶିବ ମନ୍ଦିର, ହନୁମାନ ମନ୍ଦିର ପରେ ଏବେ ସରିପୁର ପଞ୍ଚାୟତ ଭେଡ଼ାବନ୍ଧ ଗ୍ରାମ ର ମା ଅମ୍ବିକା ଙ୍କ ମନ୍ଦିର ରୁ ଲକ୍ଷାଧିକ ଟଙ୍କା ର ସୁନା ରୁପା ପିତଳ ସାମଗ୍ରୀ ଚୋରୀ ହୋଇଛି ବୋଲି ପୂଜକ ଅଭିଯୋଗ ଆଣିଛନ୍ତି। ଏହି ଘଟଣା ପରେ ସମ୍ପୂର୍ଣ୍ଣ ଅଞ୍ଚଳ ରେ ଭୟ ର ବାତାବରଣ ସୃଷ୍ଟି ହେବାରେ ଲାଗିଛି l ଉକ୍ତ ଗ୍ରାମ ର ଶେଷ ରେ ମା ଅମ୍ବିକା ଙ୍କ ମନ୍ଦିର, ରବିବାର ସକାଳ ୬ ଘଟିକା ସମୟ ରେ ପୂଜକ ରଜତ ମିଶ୍ର ଚାବି ଆଣି ମା ଙ୍କ ଦ୍ୱାର ଫିଟାଇଲା ବେଳେ ଦେଖିବାକୁ ପାଇଥିଲେ କବାଟ ର ତାଲା ତଳେ ପଡିଛି ଆଉ ଦ୍ୱାର ର ପିତଳ ଖିଡ଼ିକି କୁନ୍ଦା ଭଙ୍ଗା ହୋଇ ତଳେ ପଡିଛି l ପୂଜକ ମା ଙ୍କ ଦ୍ୱାର ଫିଟାଇ ଗର୍ଭ ଗୃହ ରେ ପ୍ରବେଶ କରିବା ପରେ ଦେଖିଥିଲେ ମା ଙ୍କର ରୁପା ମୁକୁଟ, ସୁନା ର ଚିତା ଓ଼ ପିତଳ ଘଣ୍ଟ ୫ ଟି ମନ୍ଦିର ରେ ନାହିଁ, ସେ ଜାଣିପାରିଲେ ଯେ ମା ଙ୍କ ଗର୍ଭ ଗୃହ କୁ ଦୁର୍ବୁର୍ତ୍ତ ମାନେ ବିଳମ୍ବିତ ରାତ୍ର ରେ ଆସି ଏହି କାଣ୍ଡ ଘଟାଇ ଛନ୍ତି। ଚୋରି ହୋଇଛି ଜାଣି ସଙ୍ଗେ ସଙ୍ଗେ ଗ୍ରାମ ରେ ମୁରବି ମାନେ ଏକାଠି ହୋଇ ସିଧା ସଳଖ ପୋଲିସ ପ୍ରଶାସନ କୁ ଦାୟୀ କରି ସୁରକ୍ଷା ବ୍ୟବସ୍ଥା ଢିଲାକାରଣ ରୁ ଗ୍ରାମାଞ୍ଚଳ ରେ ଚୋରୀ ହେଉଛି ବୋଲି ଅଭିଯୋଗ କଲେ । ରାତ୍ରି ପେଟ୍ରୋଲିଙ୍ଗ ହେଉନଥିବାରୁ ବ୍ରାଉନସୁଗାର ସହିତ ଅନ୍ୟ ନିଶା କାରବାର ଏତେ ପରିମାଣ ରେ ବୃଦ୍ଧି ପାଉଛି ଯାହାକୁ ସେବନ କରି ଏହିପରି କାଣ୍ଡ ଘଟାଉଛନ୍ତି। ଅଞ୍ଚଳ ର ଅନେକ ମନ୍ଦିର ରୁ ଚୋରି ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ପୋଲିସ କୌଣସି ଲୁଟେରା କୁ ଧରିବାରେ ସକ୍ଷମ ହୋଇ ପାରିନି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ