Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚାକିରି ଲୋଭ ଦେଖାଇ ବିଉଟି ପାର୍ଲରରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ମାଲିକ ସମେତ ୨ ଗିରଫ

ଭୁବନେଶ୍ୱର: ରାଜଧାନୀରେ ପୁଣି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଖଣ୍ଡଗିରି ଥାନା ଅଧୀନ ଜାଗମରା ଅଞ୍ଚଳର ଏକ ବିଉଟି ପାର୍ଲରରେ ଚାକିରି ଦେବା ପ୍ରଲୋଭନ ଦେଖାଇ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୁଲିସ ପାର୍ଲର ମାଲିକ ରବୀନ୍ଦ୍ର ମହାନ୍ତି ଓ କର୍ମଚାରୀ ସନ୍ତୋଷ ବାରିକଙ୍କୁ ଗିରଫ କରିଛି। ଘଟଣା ପରେ ପାର୍ଲରକୁ ସିଲ୍ କରାଯାଇଥିବା ବେଳେ ରାଜଧାନୀରେ ଏହାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

ପୁଲିସ ସୂଚନା ଅନୁଯାୟୀ, ପୀଡ଼ିତା ଚାକିରି ସନ୍ଧାନରେ ଭୁବନେଶ୍ୱର ଆସିଥିଲେ। ଜଣେ ମଧ୍ୟସ୍ଥଙ୍କ ଜରିଆରେ ସେ ଜାଗମରାସ୍ଥିତ ଏକ ବିଉଟି ପାର୍ଲରରେ କାମ ପାଇଥିଲେ ଏବଂ ଗତ ୪ ଦିନ ହେବ ସେଠାରେ କାମ କରୁଥିଲେ। ଅଭିଯୋଗ ଅନୁସାରେ, ଗତ ରାତିରେ ପାର୍ଲର ମାଲିକ ଓ କର୍ମଚାରୀ ମିଶି ତାଙ୍କୁ ପାର୍ଲର ଭିତରେ ଯୌନ ନିର୍ଯାତନା ଦେଇଥିଲେ। ପରେ ଯୁବତୀ ସେଠାରୁ ଖସି ଆସି ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗ ପାଇବା ପରେ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ପାର୍ଲରରେ ଚଢ଼ାଉ କରି ବିଭିନ୍ନ ନମୁନା ଓ ସିସିଟିଭି ଫୁଟେଜ୍ ଜବତ କରିଛି। ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍ ହାଜତକୁ ପଠାଯାଇଛି। ଏହି ଘଟଣାରେ ଜଡିତ ଥିବା ମଧ୍ୟସ୍ଥଙ୍କୁ ମଧ୍ୟ ପୁଲିସ ଖୋଜୁଛି। ସେହିପରି ଉକ୍ତ ପାର୍ଲରରେ ପୂର୍ବରୁ କୌଣସି ବେଆଇନ କାର୍ଯ୍ୟକଳାପ ଚାଲୁଥିଲା କି ନାହିଁ, ସେନେଇ ମଧ୍ୟ ତଦନ୍ତ ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ