Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଆ ଭାଷାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ବିବାଦ, ସ୍ୱାମୀଙ୍କ ଆତ୍ମହତ୍ୟା ଅଭିଯୋଗ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀ ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଭାଷାଗତ ସମସ୍ୟା ଓ ପାରିବାରିକ କଳହ ପରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଡାହୁପାଣି ଗ୍ରାମର ସାନୁ ଦେହୁରୀ (୨୪)। ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ସାନୁ ଝାଡ଼ଖଣ୍ଡର ଗୁରୁବାରୀଙ୍କୁ ବିବାହ କରିଥିଲେ। ବିବାହ ପରେ ଗୁରୁବାରୀ ଓଡ଼ିଆ ଭାଷା ଭଲଭାବେ ବୁଝି କିମ୍ବା କହିପାରୁନଥିବାରୁ ଦୈନନ୍ଦିନ କଥାବାର୍ତ୍ତାରେ ଉଭୟଙ୍କ ମଧ୍ୟରେ ବାରମ୍ବାର ମତଭେଦ ସୃଷ୍ଟି ହେଉଥିଲା। ବୁଧବାର ମଧ୍ୟ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା। ଏହାପରେ ସାନୁ ଘରେ ଗାମୁଛାରେ ବେକରେ ଫାଶ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ପରିବାର ପକ୍ଷରୁ କରାଯାଇଛି।

ତେବେ ଘଟଣାର ଅନ୍ୟ ଦିଗ ମଧ୍ୟ ସାମ୍ନାକୁ ଆସିଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ମଙ୍ଗଳବାର ହାଟରୁ ଫେରିବା ବେଳେ ଉଭୟ ସ୍ୱାମୀ-ସ୍ତ୍ରୀ ହାଣ୍ଡିଆ ପିଇଥିଲେ ଏବଂ ନିଶାସକ୍ତ ଅବସ୍ଥାରେ ଘରକୁ ଯାଇଥିଲେ। ତେଣୁ ମୃତ୍ୟୁର ପ୍ରକୃତ କାରଣ କ’ଣ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ। ଗୋରୁମହିଷାଣୀ ଥାନା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories