ଡକାୟତି ଉଦ୍ୟମ ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ମାଡି ବସିଲା ପୁଲିସ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅଞ୍ଚଳ ରୁ ଏକ ଡକାୟତି ଉଦ୍ୟମ କରୁଥିବl ସମୟ ରେ ପୁଲିସ ମାଡି ବସିଲା l ବିଭିନ୍ନ ମାରଣାସ୍ତ୍ର ସହ 5 ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଥିବା ନେଇ ଶୁକ୍ରବାର ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ନାରାୟଣ ନାଏକ ସୂଚନା ଦେଇଛନ୍ତି l ସୂଚନା ଅନୁସାରେ ବୀରମହାରାଜପୁର ଥାନା ଅଧିକାରୀ ଯଜାତି କେଶରୀ ସାହୁ ଏକ ବିଶ୍ଵସ୍ଥ ସୂତ୍ର ରୁ ଖବର ପାଇ ହିକୁଡି ଫାଣ୍ଡି ଅନ୍ତର୍ଗତ ଆଇ ଟି ଆଇ ନିକଟ ରେ ଏକ ଡକାୟତି ଦଳ ଯୋଜନା କରୁଥିଵା ନେଇ ସୂଚନା ପାଇଥିଲେ l ଆଇ ଆଇ ସି ଙ୍କ ନେତୃତ୍ୱ ଏକ ପୁଲିସ ଟିମ ଉକ୍ତ ସ୍ଥାନକୁ ଘେରିଯାଇ ଡକାୟତ ଦଳ କୁ କାବୁ କରିଥିଲେ l ଡକାୟତି ଦଳ ରେ ସୋନପୁର ଥାନା କୀର୍ତିପୁର ଲିପୁନ ମହାକୁର (21), ହରଡୋଖୋଲ ଗାଁ ର ସତ୍ୟରାମ ଚାଉଳିଆ (20), ତରଭା ଥାନା ବାଲାଡୀ ଗାଁ ର ଦେବାନନ୍ଦ ପାତ୍ର (30), ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ମହିଶ୍ୱରପିଣ୍ଡା ଗାଁ ର ଉତ୍ତମ ଉର୍ମା(28), ବୀରମହାରାଜପୁର ଥାନା ଚମ୍ପାମାଲ ଗାଁ ର ସୌଭାଗ୍ୟ କୁମାର ନାଏକ(23) ଙ୍କୁ ପୁଲିସ ଗିରଫ କରିଛି l ସେମାନଙ୍କ ଠାରୁ ଏକ ବନ୍ଧୁକ , ଦୁଇଟି ଅଫୁଟା ଗୁଳି, ଏକ ଖଣ୍ଡା, ଚକୁ, 5 ଟି ମୋବାଇଲ, ଗୋଟିଏ ବାଇକ ଆଉ ଗୋଟିଏ ସ୍କୁଟି ଜବତ କରିବା ସହ ଅନ୍ୟାନ୍ୟ ମାରାଣାସ୍ତ୍ର ଜବତ କରିଥିଲା I ସମସ୍ତ ଅଭିଯୁକ୍ତ ଙ୍କୁ ବୀରମହାରାଜପୁର ପୁଲିସ କୋର୍ଟ ଚାଲାଣ କରିଥିବା ଜଣାପଡିଛି l ଖବରଦାତା ସମ୍ମିଳନୀ ରେ ଅlରକ୍ଷୀ ଅଧିକ୍ଷକ ନାରାୟଣ ନାଏକ ଙ୍କ ସହିତ ବୀରମହାରାଜପୁର ଏସ୍ଡ଼ିପିଓ ହେମନ୍ତ ରାଓ ଏବଂ ଥାନା ଅଧିକାରୀ ଉପସ୍ଥିତ ଥିଲେ l

