Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ସର୍ବଭାରତୀୟ ସମ୍ବଲପୁରୀ – ହିନ୍ଦୀ – ଉର୍ଦୁ କବି ସମ୍ମିଳନୀ,ସମ୍ବର୍ଦ୍ଧିତ ହେବେ ୫ ଜଣ କବି

ସମ୍ବଲପୁର:ସମ୍ବଲପୁର ର ଅମୀର ଖୁସରୁ ଫାଉଣ୍ଡେସନ ପକ୍ଷରୁ ଆଜି ସ୍ଥାନୀୟ ତପସ୍ୱିନୀ ପ୍ରେକ୍ଷାଳୟ ରେ ଆୟୋଜିତ ହେବ ବିଶେଷ କବିତା ଆସର ଓ ସମ୍ବର୍ଦ୍ଧନା ପର୍ବ l ଏହି ବିଷୟକୁ ନେଇ ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ସାମ୍ବାଦିକ ମାନଙ୍କୁ ସୂଚନା ଦିଆଯାଇଛି।
ଅନୁଷ୍ଠାନ ର ସମ୍ପାଦକ ମହମ୍ମଦ ପରବେଜ ଅଲ୍ଲୀ ଖାନ ଙ୍କ ସହିତ ସଭାପତି ନାସିର ଫରାଜ, କାର୍ଯ୍ୟକ୍ରମ ସଂଯୋଜକ ସୂର୍ଯ୍ୟ ପାଣିଗ୍ରାହୀ, ଯୁଗ୍ମ ସମ୍ପାଦକ ତ୍ରିଲୋଚନ ତ୍ରିପାଠୀ ଓ ଆଇନ ପରାମର୍ଶ ଦାତା ଜୟ କୃଷ୍ଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l
ଏହି ପରିପେକ୍ଷୀରେ ସମ୍ପାଦକ ପରବେଜ ଅଲ୍ଲୀ କହିଲେ ଯେ, ଗତବର୍ଷ ସର୍ବ ଭାରତୀୟ ମୁଶାୟେରା ର ଆୟୋଜକ ହୋଇଥିଲା କିନ୍ତୁ ଏହି ବର୍ଷ ବିଶେଷ ଭାବରେ କବିତା ମାଧ୍ୟମରେ ଭାଷା ର ପ୍ରଚାର ପ୍ରସାର ଆହୁରି ବ୍ୟାପକ କରିବା ପାଇଁ ଉର୍ଦୁ, ହିନ୍ଦୀ ଓ ସମ୍ବଲପୁରୀ ଭାଷା ର କବି ମାନଙ୍କୁ ସାମିଲ କରାଯିବାର କାର୍ଯ୍ୟକ୍ରମ ରହିଛି l ଏଥିସହ ବିଭିନ୍ନ ଭାଷା ର ବିଶିଷ୍ଟ କବି ମାନଙ୍କୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି l ଯେଉଁ ମାନଙ୍କୁ ସମ୍ମାନିତ କରାଯିବ ସେମାନେ ହେଲେ, ରାଉରକେଲା ର ଡ଼. କ୍ରିଷ୍ଣା କୁମାର ପ୍ରଜାପତି ( ହିନ୍ଦୀ / ଉର୍ଦୁ ), ଝାରସୁଗୁଡା ର ମଇନୁଦ୍ଦିନ ଜଖମୀ ( ଉର୍ଦୁ ), ସମ୍ବଲପୁର ର ଅଲତାଫ ହୁସେନ ହସରତ (ଉର୍ଦୁ ),ଅନଗୁଳ ର ଦିନେଶ କୁମାର ମାଲି ( ହିନ୍ଦୀ ) ଓ ଭେଡେନ, ବରଗଡ଼ ଜିଲ୍ଲା ର ଉତ୍ପନ୍ନ ଭୋଇ ( ସମ୍ବଲପୁରୀ ) l
ସଭାପତି ନାସିର ଫରାଜ କହିଲେ ଯେ ସାରା ଭାରତ ରୁ କବି ମାନଙ୍କୁ ଆମନ୍ତ୍ରଣ କରାଯାଇଥିବା ବେଳେ ବିଶିଷ୍ଟ ଉର୍ଦୁ କବି ତଥା ଚଳଚିତ୍ର ନିର୍ଦେଶକ ଲଖନୌ ର ଜଲାଲ ସିଦ୍ଧିକୀ ଏବର୍ଷ ର ବିଶିଷ୍ଟ ଅତିଥି ଭାବେ ଯୋଗ ଦେବେ l ଏଥି ସହ ମୁମ୍ବାଇ ର ହୁକୁମ ଚନ୍ଦ କୋଠରୀ, ବୁରହାନପୁର ର ଡ଼. ଜଲ୍ଲୀଉଲ ରେହେମାନ, ଅମରାବତି ର ଡ଼. ଜାହିର ନୟର, ଆଜମଗଡ଼ ର ମୈକଶ ଆଜମି, ରାଜଗାଙ୍ଗପୁର ର ଅଫଜ଼ାଲ ବେଦାର, ଫୈଜାବାଦ ର ଜମସେଦ ଫୈଜାବାଦୀ, ସମ୍ବଲପୁର ର ମୁମତାଜ଼ ସୋଉର, ଭୁବନେଶ୍ୱର ର ବିକ୍ରମ ଆଦିତ୍ୟ ସିଂ, ଦେୱାସ ର ଚାନ୍ଦ ସୋନୀ, ରାୟପୁର ର ଅରୁଣା ଚୌହାନ, ଚରଖାରି ର ଶବାନା ଶୱା ଓ ଝାରସୁଗୁଡା ର ଅଜୟ ଆଲାମ ଙ୍କ ସହ ସମ୍ବର୍ଦ୍ଧିତ କବି ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି l ସଂଯୋଜକ ଶ୍ରୀ ପାଣିଗ୍ରାହୀ କହିଲେ ଯେ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଓ ସମ୍ମାନିତ ଅତିଥି ଭାବରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି l ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ଭାଷାର ପ୍ରଚାର ପ୍ରସାର ହିଁ ମୁଖ୍ୟ ଉଦେଶ୍ୟ lଶେଷରେ ପରାମର୍ଶ ଦାତା ଶ୍ରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ