Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଜୁନିଅର ଆକାଉଣ୍ଟାଣ୍ଟ

ଖଡ଼ିଆଳ : ଖଡ଼ିଆଳ ବନଖଣ୍ଡ ବିଭାଗ ଜୁନିଅର ଏକାଉଣ୍ଟଟେଣ୍ଡ ସଞ୍ଜୟ କୁମାର ବାଗ ଲାଞ୍ଚ ନେଉଥିବା ବେଳେ ଭିଜଲାନ୍ସ ହାତରେ ଧରା ପଡ଼ି ଗିରଫ ହୋଇଛନ୍ତି । ଇଚ୍ଛାକୃତ ଅବସର ନେଇଥିବା ଫରେଷ୍ଟ ଗାର୍ଡ ବିନୋଦିନି କୈବର୍ତ୍ତଙ୍କ କାଗଜାତ କରାଇ ଦେବା ନେଇ ତାଙ୍କ ଭାଇ ମନୋଜ କୈବର୍ତ୍ତଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ତାଙ୍କୁ ଧରିଛି। ଏବେ ଖଡ଼ିଆଳ ମିଶନ ସ୍ଥିତ ତାଙ୍କ ବାସ ଭବନ ଓ ବନ ବିଭାଗ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରହିଛି। ଉଲ୍ଲେଖଯୋଗ୍ୟ ଯେ ବିନୋଦିନି କୈବର୍ତ୍ତ ଜଣେ ଫରେଷ୍ଟ ଗାର୍ଡ ଭାବରେ କାର୍ଯ୍ୟ କରୁଥିବା ବେଳେ ଗତ ୨୦୨୨ ମସିହାରେ ସ୍ବେଚ୍ଛାକୃତ ଅବସର ନେଇଥିଲେ।ଅବସର କାଳୀନ ସୁବିଧା ସୁଯୋଗ ସହ ପେନସନ କରିଦେବା ପାଇଁ ଜୁନିଅର ଏକଉଣ୍ଟାଣ୍ଟ ସଞ୍ଜୟ କୁମାର ବାଗ କୋଡିଏ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ବିନୋଦିନିଙ୍କ ଭାଇ ମନୋଜ କୈବର୍ତ୍ତ ତାଙ୍କ ସହ କଥା ହୋଇ ଆଜି ସମୟ ମାଗିଥିଲେ। ପରେ ଭିଜିଲାନ୍ସ ସହ ଯୋଗାଯୋଗ କରି ମନୋଜ ଆଜି ଜୁନିୟର ଏକଉଣ୍ଟାଣ୍ଟ ଶ୍ରୀବାଗଙ୍କୁ କୋଡିଏ ହଜାର ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍ସ ଟିମ ଚଢ଼ାଉ କରି ତାଙ୍କୁ ଧରିଥିଲା। ପରେ ଅଫିସ ସମେତ ଖଡ଼ିଆଳ ସ୍ଥିତ ତାଙ୍କ ବାସଭବନରେ ଚଢ଼ାଉ ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ