ରାଜପରିବାର ହିଂସା ମାମଲାରେ ନୂଆ ଟ୍ବିଷ୍ଟ; ଅଦ୍ରିଜାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ଅର୍କେଶଙ୍କ ଘରେ କାମ କରୁଥିବା ମହିଳା ସହାୟିକା


ବଲାଙ୍ଗୀର: ବଲାଙ୍ଗୀର ରାଜପରିବାର ହିଂସା ମାମଲାରେ ନୂଆ ଟ୍ବିଷ୍ଟ। ପୂର୍ବରୁ ଅଦ୍ରିଜା ତାଙ୍କ ଶାଶୂଘର ଲୋକଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏବେ କିନ୍ତୁ ଅଦ୍ରିଜା ଓ ତାଙ୍କ ପିତାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଡେରାଡୁନର ଅର୍କେଶ ସିଂହଦେଓଙ୍କ ଘରେ କାମ କରୁଥିବା ମହିଳା ସହାୟିକା।

ଏ ଘଟଣାକୁ କେନ୍ଦ୍ର କରି ଅଦ୍ରିଜାଙ୍କ ବାପା, ଅଦ୍ରିଜା ଓ ତାଙ୍କ ଭଉଣୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। କୋର୍ଟଙ୍କ ଆଦେଶ କ୍ରମେ ଏହି ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ଏହା ସହିତ ଅର୍କେଶ ମଧ୍ୟ ଶ୍ୱଶୂର ଘର ଲୋକଙ୍କ ବିରୋଧରେ ପୈତୃକ ସମ୍ପତି ହଡପ ନେଇ ଅଭିଯୋଗ ଆଣିଛନ୍ତି ।

ତେବେ ସୂଚନା ଅନୁଯାୟୀ ମହିଳା ସହାୟିକା ଜଣକ ୫ ବର୍ଷ ହେଲା ଅର୍କେଶଙ୍କ ଘରେ କାମ କରୁଛନ୍ତି । ହେଲେ ଅଦ୍ରିଜାଙ୍କ ବିବାଦ ଯେବେଠାରୁ ଆରମ୍ଭ ହୋଇଛି ସେବେଠାରୁ ସେମାନେ ତାଙ୍କୁ ଗାଳି ଗୁଲଜ କରୁଛନ୍ତି । ଏହା ସହିତ ତାଙ୍କ ଜାତିକୁ ଆକ୍ଷେପ କରି ବିଭିନ୍ନ ପ୍ରକାରର କଥା କହୁଥିବା ଅଭିଯୋଗ କରିଛନ୍ତି ରବିତା ।