ଶୀତଳ ଷଷ୍ଠୀ ଯାତ୍ରା ପାଇଁ ପତ୍ରପେଣ୍ଡି ସମ୍ପର୍ଣ୍ଣ
ସମ୍ବଲପୁର :(ମଙ୍ଗଳବାର) ଦିନ ସମ୍ବଲପୁର ମହାନଗର ଶୀତଳ ଷଷ୍ଠୀ ଯାତ୍ରା ସମିତି ଅନ୍ତର୍ଗତ ସମ୍ବଲପୁରର ସମସ୍ତ ୧୨ଟି ଶୀତଳ ଷଷ୍ଠୀ ଯାତ୍ରା କମିଟିର ସଭାପତିମାନଙ୍କ ଉପସ୍ଥିତିରେ ପାରମ୍ପରିକ ପତ୍ରପେଣ୍ଡି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଭକ୍ତିମୟ ପରିବେଶ ମଧ୍ୟରେ ସଫଳତାର ସହ ସମ୍ପନ୍ନ ହୋଇଛି। ଏହି କାର୍ଯ୍ୟକ୍ରମ ସମ୍ବଲପୁର ମହାନଗର ଶୀତଳ ଷଷ୍ଠୀ ଯାତ୍ରା ସମିତିର ସଭାପତିୀ ଗିରିଶ ପଟେଲଙ୍କ ତତ୍ତ୍ୱାବଧାନ ଓ ନେତୃତ୍ୱରେ ସୁଚାରୁ ରୂପେ ଆୟୋଜିତ ହୋଇଥିଲା।
ଶୀତଳ ଷଷ୍ଠୀ ଯାତ୍ରା ସହ ଜଡ଼ିତ ବିଭିନ୍ନ ପରମ୍ପରା, ଆଧ୍ୟାତ୍ମିକତା ଓ ସାମାଜିକ ସମନ୍ୱୟର ପ୍ରତୀକ ଏହି ପତର୍ପେଣ୍ଡୀ କାର୍ଯ୍ୟକ୍ରମରେ ସମସ୍ତ କମିଟିର ସକ୍ରିୟ ସହଭାଗିତା ଦେଖିବାକୁ ମିଳିଥିଲା। ବିଶେଷ କରି ଦୁର୍ଗାପାଲି, ସାଲିଆବଗିଚା, କ୍ଷେତରାଜପୁର ଓ ଶାଳିଆବଗିଚା ଶୀତଳ ଷଷ୍ଠୀ କମିଟିର କାର୍ଯ୍ୟକ୍ରମରେ ଗିରିଶ ପଟେଲ, ବୁଲୁ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ସମସ୍ତ ବ୍ୟବସ୍ଥାର ତଦାରଖ କରିଥିଲେ ଏବଂ ଆୟୋଜନକୁ ସୁଚାରୁ ଭାବେ ସମ୍ପନ୍ନ କରିବା ପାଇଁ ଆବଶ୍ୟକ ଦିଗଦର୍ଶନ ଦେଇଥିଲେ।ସମ୍ବଲପୁରର ଐତିହ୍ୟ, ସଂସ୍କୃତି ଓ ଆଧ୍ୟାତ୍ମିକ ପରମ୍ପରାର ପ୍ରତୀକ ଶୀତଳ ଷଷ୍ଠୀ ଯାତ୍ରାକୁ ଆହୁରି ଭବ୍ୟ, ସୁସଂଗଠିତ ଓ ସର୍ବସମାବେଶୀ କରିବା ଲକ୍ଷ୍ୟରେ ସମସ୍ତ କମିଟି ମଧ୍ୟରେ ସମନ୍ୱୟ ଓ ସହଯୋଗର ଭାବନା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତିଫଳିତ।

