Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅସ୍ତରଙ୍ଗ ରେ ଆନ୍ତର୍ଯ୍ୟାତିକ ଯୋଗଦିବସ ପାଳିତ

ଅସ୍ତରଙ୍ଗ,୨୧/୬, ଅସ୍ତରଙ୍ଗ ବ୍ଲକ ପଡିଆରେ ଆଜି ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି | ସୌଜନ୍ୟ ଅସ୍ତରଙ୍ଗ ପଞ୍ଚାୟତ ସମିତି, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଯୋଗ ମହୋତ୍ସବ ସମିତି-ଅସ୍ତରଙ୍ଗ ଶାଖା, ଈଶ୍ୱରୀୟ ପ୍ରଜାପିତା ବ୍ରହ୍ମାକୁମାରୀ ବିଶ୍ୱ ବିଦ୍ୟାଳୟ ଆଦି ବିଭିର୍ଣ୍ଣ ଅନୁଷ୍ଠାନ ର ମିଳିତ ସହଭାଗିତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୁବକ, ମହିଳା, ଛାତ୍ରଛାତ୍ରୀ, ପ୍ରଜାପିତା ବ୍ରହ୍ମକୁମାରୀ ଆଶ୍ରମର ଭାଇଭଉଣୀ,ସାମାଜିକ କର୍ମୀ ଓ ବୁଦ୍ଧିଜୀବୀ ସାମିଲ୍ ହୋଇଥିଲେ | ଯୋଗ ଦିବସ ଉପରେ ଅନୁଷ୍ଠିତ ଆଲୋଚନା ସଭାରେ ଅତିଥି ଭାବେ ଅସ୍ତରଙ୍ଗ ସରପଞ୍ଚ ରାମଚନ୍ଦ୍ର କାଣ୍ଡି, ପୁରୀ ବିଭାଗ ବୌଦ୍ଧିକ ପ୍ରମୁଖ ସୁଶାନ୍ତ କୁମାର ପରିଡା, ବୈଜ୍ଞାନିକ ଶଙ୍କର ପ୍ରସାଦ ଜେନା, ବ୍ରହ୍ମାକୁମାରୀ ରାଜଯୋଗିନୀ ପ୍ରଭାତୀ ଭଉଣୀ ଓ ବିଭିନ୍ନ ଅନୁଷ୍ଠାନ ର କର୍ମ କର୍ତ୍ତା ଯୋଗ ଦାନ କରି ଯୋଗାର ଗୁରୁତ୍ୱ ସମ୍ପର୍କ ରେ ଆଲୋଚନା କରିଥିଲେ l ଆଲୋଚନା ପର୍ଯ୍ୟାୟରେ ଯୋଗର ଗୁରୁତ୍ୱ, ନିୟମିତ ଯୋଗାଭ୍ୟାସର ଉପକାରିତା ଓ ବ୍ୟସ୍ତବହୁଳ ଜୀବନରେ ଏହାର ଆବଶ୍ୟକତା ରହିବା ନେଇ ଆଲୋକପାତ କରିଥିଲେ | ଯୋଗଗୁରୁ ଭାବେ ପ୍ରଶାନ୍ତ କୁମାର ନାୟକ, ଉଲ୍ଲାସ ଚନ୍ଦ୍ର ବେହେରା ଓ ଜୟୀରାମ ମୁଦୁଲିଙ୍କ ନେତୃତ୍ୱରେ ଯୋଗ ଅଭ୍ୟାସ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ପ୍ରକାର ଯୋଗାଭ୍ୟାସ ମଧ୍ୟରେ ଅଙ୍ଗ ସଞ୍ଚାଳନ, ବୃକ୍ଷାସନ, ତ୍ରିକୋଣାସନ, ବଜ୍ରାସନ, ପଦ୍ମାସନ, କପାଳଭାତି, ଅନୁଲୋମ-ବିଲୋମ, ଭ୍ରାମରୀ ଭଳି ବିଭିନ୍ନ ପ୍ରାଣାୟାମ କିଭଳି କରିପାରିବେ ସେ ସମ୍ପର୍କରେ ଯୋଗ ଶିକ୍ଷା ଦେଇଥିଲେ | ଯାହାକୁ ଦେଖି ଉପସ୍ଥିତ ସମସ୍ତ ବ୍ୟକ୍ତିବିଶେଷ ଓ ଛାତ୍ରଛାତ୍ରୀ ଯୋଗ ଯୋଗ ଅଭ୍ୟାସ କରିଥିଲେ | ଏହି କାର୍ଯ୍ୟକ୍ରମରେ ବ୍ଲକ ପ୍ରଶାସନ ପକ୍ଷରୁ ଶଶାଙ୍କ ଶେଖର ସେଠୀ, ଲକ୍ଷ୍ମୀପ୍ରିୟା ନାୟକ ଓ ଲକ୍ଷ୍ମୀପ୍ରିୟା ମହାନ୍ତିଙ୍କ ସମେତ ବିଭିନ୍ନ ଅଧିକାରୀ ଉପସ୍ଥିତ ରହିଥିଲେ | ଏହି ଯୋଗ ଶିବିର କାର୍ଯ୍ୟକ୍ରମକୁ ସମାଜସେବୀ ଦୁଷ୍ମନ୍ତ ପରିଡ଼ା ପରିଚାଳନା କରିଥିଲେ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ