Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍କୁଲ ବହି ତ୍ରୁଟି ମାମଲାରେ ବଡ଼ ଆକ୍ସନ; ୪ ଅଧିକାରୀ ନିଲମ୍ବିତ, ୬ ଜଣଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟିକୁ ନେଇ ରାଜ୍ୟ ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତଦନ୍ତ କମିଟି ରିପୋର୍ଟ ଦାଖଲ କରିବା ପରେ ୪ ଜଣ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ନିଲମ୍ବିତ ଅଧିକାରୀମାନଙ୍କ ମଧ୍ୟରେ ପୂର୍ବତନ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କ ସହ ପ୍ରଲିପ୍ତା ମିଶ୍ର, ଦିଲୀପ ସାହୁ ଓ ଭାରତୀ ଟୁଡୁ ରହିଛନ୍ତି। ଏହା ସହ ୬ ଜଣ ସହକାରୀ ନିର୍ଦ୍ଦେଶକଙ୍କ ବିରୋଧରେ ମଧ୍ୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଥିବା ସହକାରୀ ନିର୍ଦ୍ଦେଶକମାନେ ହେଲେ ବନ୍ଦିତା ପଟ୍ଟନାୟକ, ମାନସ ରଞ୍ଜନ ରାଉତ, ମନୋରଞ୍ଜନ ମହାପାତ୍ର, ପ୍ରଶାନ୍ତ କୁମାର ସାହୁ, ମାନସ କୁମାର ନାୟକ ଓ ଡ. ସୁଦର୍ଶନ ସନ୍ତରା। ପାଠ୍ୟପୁସ୍ତକ ପ୍ରସ୍ତୁତି ଓ ଯାଞ୍ଚ ପ୍ରକ୍ରିୟାରେ ଅବହେଳା ଏବଂ ତ୍ରୁଟି ପାଇଁ ଏହି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି। ତ୍ରୁଟି ମାମଲାକୁ ଗୁରୁତ୍ୱର ସହ ନେଇ ରାଜ୍ୟ ସରକାର ଦାୟୀ ଅଧିକାରୀଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

ଏହାସହ ପାଠ୍ୟପୁସ୍ତକର ଗୁଣବତ୍ତା ସୁନିଶ୍ଚିତ କରିବା ପାଇଁ ତଦନ୍ତ କମିଟି ୧୪ଟି ସୁପାରିଶ କରିଛି। ଏଣିକି ଏସସିଇଆରଟିରେ ‘ମାଷ୍ଟର ତ୍ରୁଟି ରେଜିଷ୍ଟର’ ପ୍ରସ୍ତୁତ କରାଯିବ ଏବଂ ଏକ କ୍ୱାଲିଟି ଆସ୍ୟୁରାନ୍ସ ସେଲ୍ ଗଠନ ହେବ। ଭାଷା, ତଥ୍ୟ, ଚିତ୍ର କିମ୍ବା ବିଷୟବସ୍ତୁ ଯାଞ୍ଚ ଓ ଅନୁମୋଦନ ବିନା କୌଣସି ପାଣ୍ଡୁଲିପିକୁ ଆଉ ପ୍ରିଣ୍ଟିଂ ପ୍ରେସକୁ ପଠାଯିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ