ଲାଲଜୀ ଦେଶାଇ ହେଲେ ଓଡ଼ିଶା କଂଗ୍ରେସର ନୂଆ ପ୍ରଭାରୀ; AICCର ବଡ଼ ସାଙ୍ଗଠନିକ ଅଦଳବଦଳ
ସର୍ବଭାରତୀୟ କଂଗ୍ରେସ କମିଟି (AICC) ପକ୍ଷରୁ ବଡ଼ ଧରଣର ସାଙ୍ଗଠନିକ ପରିବର୍ତ୍ତନ କରାଯାଇଛି। ଏହି କ୍ରମରେ ଓଡ଼ିଶା ସମେତ ତିନୋଟି ରାଜ୍ୟ ପାଇଁ ନୂଆ ପ୍ରଭାରୀ ନିଯୁକ୍ତି ହୋଇଛି। ଓଡ଼ିଶା କଂଗ୍ରେସର ନୂତନ ଏଆଇସିସି ପ୍ରଭାରୀ ଭାବେ ଲାଲଜୀ ଦେଶାଇଙ୍କୁ ଦାୟିତ୍ୱ ଦିଆଯାଇଛି। ସେ ଅଜୟ ଲଲୁଙ୍କ ସ୍ଥାନରେ ଏହି ଦାୟିତ୍ୱ ସମ୍ଭାଳିବେ।
୨୬ ଜୁନ୍ ୨୦୨୬ରେ ଏଆଇସିସି ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳଙ୍କ ସ୍ୱାକ୍ଷରିତ ବିଜ୍ଞପ୍ତିରେ ଏହି ନିଯୁକ୍ତି ଘୋଷଣା କରାଯାଇଛି। କଂଗ୍ରେସ ସଭାପତିଙ୍କ ଅନୁମୋଦନକ୍ରମେ ଜାରି ହୋଇଥିବା ଏହି ନିଷ୍ପତ୍ତି ତୁରନ୍ତ କାର୍ଯ୍ୟକାରୀ ହେବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି।
ରାଜ୍ୟରେ କଂଗ୍ରେସ ସଂଗଠନକୁ ଅଧିକ ସୁଦୃଢ଼ କରିବା ଏବଂ ଆଗାମୀ ରାଜନୈତିକ ରଣନୀତିକୁ ଗତିଶୀଳ କରିବା ଲକ୍ଷ୍ୟରେ ଏହି ପରିବର୍ତ୍ତନକୁ ଗୁରୁତ୍ୱପୂର୍ଣ୍ଣ ବୋଲି ଦେଖାଯାଉଛି। ଲାଲଜୀ ଦେଶାଇଙ୍କ ନେତୃତ୍ୱରେ ଓଡ଼ିଶା କଂଗ୍ରେସର ସାଙ୍ଗଠନିକ କାର୍ଯ୍ୟକଳାପ କେଉଁ ଦିଗକୁ ଯିବ, ତାହା ଉପରେ ଏବେ ରାଜନୈତିକ ମହଲର ନଜର ରହିଛି।

