Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଶ୍ରୀ ପାତାଳୀ କ୍ଷେତ୍ର ରେ ନୁତନ କୂପ ପ୍ରତିଷ୍ଠା ଉତ୍ସବ

ବୀରମହାରାଜପୁର :ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଶ୍ରୀ ପାତାଳି କ୍ଷେତ୍ର କୋଟସମଲାଇ ରେ ମହାପ୍ରଭୁଙ୍କ ମହାସ୍ନାନ ପାଇଁ ନୂତନ କୂଅ ପ୍ରତିଷ୍ଠା କରାଯାଇଛି ।ଗତ ୧୨ ବର୍ଷ ହେବ ମହାନଦୀ ଜଳ ରେ ମହାପ୍ରଭୁ ସ୍ନାନ କରିଥିବା ବେଳେ ଚଳିତ ବର୍ଷ ନୂତନ କୂଅ ର ୧୦୮ପୂର୍ଣ୍ଣ କୁମ୍ଭ ସୁବାସିତ ଜଳରେ ସ୍ନାନ ନୀତି କରାଯିବ । ଏହି ନୂତନ କୂଅ ପ୍ରତିଷ୍ଠା ଉତ୍ସବରେ ଯଜ୍ଞାଚାର୍ଯ୍ୟ ଭାବରେ ପଣ୍ଡିତ ଦେବାର୍ଚ୍ଚନ ଦାଶ,ଚିତ୍ତରଞ୍ଜନ ପାଢୀ,ବଦ୍ରିନାରାୟଣ ଶତପଥି ଓ କର୍ତ୍ତା ଭାବରେ ଚମରା ଅମାତ କାର୍ଯ୍ୟ ସମ୍ପାଦନ କରିଥିଲେ । ଆସନ୍ତା ୪ ତାରିଖରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ଓ ଗଜାନନ ବେଶ ଅନୁଷ୍ଠିତ ହେବ ବୋଲି ପାତାଳି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି ।