Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୌରବ ଖାନ୍ନା-ଆକାଂକ୍ଷା ଚମୋଲାଙ୍କ ବିଚ୍ଛେଦ ଖୁଲାସା ପରେ ସୋସିଆଲ ମିଡିଆରେ ଝଡ଼; ବାର୍ଷିକୀ ପାଳନକୁ ନେଇ ପ୍ରଶ୍ନ ଉଠାଇଲେ ପ୍ରଶଂସକ

ଟେଲିଭିଜନ ଅଭିନେତା ଗୌରବ ଖାନ୍ନା ଏବଂ ତାଙ୍କ ପତ୍ନୀ ଆକାଂକ୍ଷା ଚମୋଲାଙ୍କ ବିବାହିକ ସମ୍ପର୍କକୁ ନେଇ ବଡ଼ ଖୁଲାସା ସାମ୍ନାକୁ ଆସିଛି। ରିଆଲିଟି ଶୋ’ ‘ଲକ୍ ଅପ୍: ସଚ୍ ୟା ସଜା’ରେ ଆକାଂକ୍ଷା କହିଛନ୍ତି ଯେ, ସେ ଏବଂ ଗୌରବ ଗତ ଏକ ବର୍ଷ ଧରି ଅଲଗା ରହୁଛନ୍ତି ଏବଂ ଖୁବ୍ ଶୀଘ୍ର ଉଭୟଙ୍କର ଛାଡ଼ପତ୍ର ହେବ। ସେ କହିଛନ୍ତି ଯେ ଏହା ଉଭୟଙ୍କର ପାରସ୍ପରିକ ନିଷ୍ପତ୍ତି ଏବଂ ସେମାନଙ୍କ ମଧ୍ୟରେ କୌଣସି ତିକ୍ତତା ନାହିଁ। ଦୁହେଁ ଏବେ ମଧ୍ୟ ପରସ୍ପର ସହ କଥା ହୁଅନ୍ତି, କିନ୍ତୁ ଜୀବନକୁ ନେଇ ସେମାନଙ୍କ ଦୃଷ୍ଟିକୋଣ ଭିନ୍ନ ଥିବାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି।

ଆକାଂକ୍ଷା ଆହୁରି କହିଛନ୍ତି ଯେ, ପରିବାର ଲୋକମାନେ ଭାବୁଥିଲେ ସେମାନେ କେବଳ କିଛି ସମୟ ପାଇଁ ଅଲଗା ରହୁଛନ୍ତି ଏବଂ ପୁଣି ଏକାଠି ହୋଇଯିବେ। ସେମାନେ ଏକାଠି କାର୍ଯ୍ୟକ୍ରମରେ ଯୋଗ ଦେଉଥିଲେ, ପରସ୍ପରକୁ ସମର୍ଥନ କରୁଥିଲେ ଏବଂ ସାଧାରଣ ସମ୍ପର୍କ ବଜାୟ ରଖିଥିଲେ। ତେଣୁ କାହାରି ସନ୍ଦେହ ହୋଇନଥିଲା। ତେବେ ସ୍ୱାମୀ-ସ୍ତ୍ରୀ ଭାବରେ ସେହି ଅନୁଭବ ଆଉ ରହିନଥିବାରୁ ଶେଷରେ ଛାଡ଼ପତ୍ର ନେବାକୁ ନିଷ୍ପତ୍ତି ହୋଇଥିବା ସେ କହିଛନ୍ତି।

ଏହି ଖୁଲାସା ପରେ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ଅନେକ ୟୁଜର୍ ପ୍ରଶ୍ନ ଉଠାଇଛନ୍ତି ଯେ, ଯଦି ଉଭୟ ଏକ ବର୍ଷ ଧରି ଅଲଗା ରହୁଥିଲେ, ତେବେ ସାର୍ବଜନୀନ ଭାବେ ବିବାହ ବାର୍ଷିକୀ ପାଳନ ଏବଂ ରୋମାଣ୍ଟିକ୍ ଦେଖାଯିବାର ଅର୍ଥ କଣ ଥିଲା। କିଛି ପ୍ରଶଂସକ ନିରାଶା ପ୍ରକାଶ କରିଥିବା ବେଳେ ଅନ୍ୟ କେହି କହିଛନ୍ତି ଯେ, ବ୍ୟକ୍ତିଗତ ଜୀବନକୁ ସମ୍ମାନ ଦିଆଯିବା ଉଚିତ। ତେବେ ବିଚ୍ଛେଦ ସତ୍ତ୍ୱେ ଗୌରବ ଓ ଆକାଂକ୍ଷାଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଜାରି ରହିଥିବା ସେ ସ୍ପଷ୍ଟ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ