Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁମ୍ଭାରିପୁଟ ମାଧ୍ୟମିକ ବିଦ୍ୟାଳୟରେ ବିଜ୍ଞାନରେ ୮୨% ଓ ବାଣିଜ୍ୟରେ ୯୬% ପାସ୍

କୋରାପୁଟ.୩୧।୦୫ : କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର କୁମ୍ଭାରିପୁଟ ଅନୁସୂଚିତ ଜାତି ଓ ଜନ ଜାତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଚଳିତ ବର୍ଷର ବିଜ୍ଞାନ ଓ ବାଣିଜ୍ୟର ଫଳା ଫଳ ଆଜି ପ୍ରକାସିତ ହେବାପରେ ଖୁସିର ଲହରି ଖେଳିଜାଇଛି।ବିଜ୍ଞାନରେ ୮୨ ଓ ବାଣିଜ୍ୟରେ ୯୬ ପ୍ରିତଶତ ଛାତ୍ର ଛାତ୍ରୀ ପାସ୍ ହୋଇ ବିଦ୍ୟାଳୟ ପାଇଁ ଖୁସି ଆଣି ଦେଇଛନ୍ତି।ବିଜ୍ଞାନରେ ୬୨ ଜଣ ପରିକ୍ଷା ଦେଇଥିବା ବେଳେ ୫୧ ଜଣ ପାସ ୧୧ ଜଣ ଗେଲ ହୋଇଛନ୍ତି।ସେଥି ମଧ୍ୟରେ ଜଣେ ଫାଷ୍ଟ୍ ଡିଭିଜନରେ ଉତିର୍ଣ ହୋଇଥିବା ବେଳେ ସେକେଣ୍ଡ୍ ଡିଭିଜନରେ ୬ ଜଣ ଓ ଥାର୍ଡ୍ ଡିଭିଜନରେ ୪୪ ଜଣ ପାସ୍ ହୋଇଛନ୍ତି।ସେହିପରି ବାଣିଜ୍ୟରେ ୭୭ ଜଣ ପରିକ୍ଷା ଦେଇ ଥିବା ବେଳେ ୭୪ ଜଣ ପାସ ମାତ୍ର ୩ଜଣ ଛାତ୍ର ଛାତ୍ରୀ ଫେଲ୍ ହୋଇଛନ୍ତି।ସେଥି ମଧ୍ୟରେ ଫାଷ୍ଟ୍ ଡିଭିଜନରେ ୭ ଜଣ,ସେକେଣ୍ଡ୍ ଡିଭିଜନରେ ୨୪ ଜଣ ଓ ଥାର୍ଡ୍ ଡିଭିଜନରେ ୪୩ ଜଣ ପାସ୍ ହୋଇ ଥିବା ଜଣା ପଡିଛି।