Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଣି ଥରେ ବିଶ୍ବର ୧ ନଂ ଧନୀ ହେଲେ ମସ୍କ

ନୂଆଦିଲ୍ଲୀ: ପୁଣି ଥରେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି ଏଲନ୍‌ ମସ୍କ। ବର୍ଣ୍ଣାର୍ଡ ଅର୍ଣ୍ଣାଲ୍ଟଙ୍କୁ ପଛରେ ପକାଇ ବିଶ୍ବର ୧ ନଂ ଧନୀ ହୋଇଛନ୍ତି ମସ୍କ। ସ୍ପେଶଏକ୍ସ ଓ ଟ୍ୱିଟର ପରି କମ୍ପାନୀର ମାଲିକ ଏଲନ ମସ୍କ ପୁଣି ଥରେ ପିନ୍ଧିଛନ୍ତି ବିଶ୍ୱର ନମ୍ବର ୱାନ୍ ଧନୀ ମୁକୁଟ । ଏଲନ୍‌ ମସ୍କଙ୍କ ଆନୁମାନିକ ସମ୍ପତ୍ତି ମୂଲ୍ୟ ୧୯୨ ଆରବ ଡଲାର ରହିଛି। ମାତ୍ର ଅନ୍ୟପଟେ ବର୍ଣ୍ଣାର୍ଡ ଅର୍ଣ୍ଣାଲ୍ଟଙ୍କ ନେଟ୍ ଓର୍ଥ ରହିଛି ୧୮୭ ଆରବ ଡଲାର ।

ବ୍ଲୁମବର୍ଗ ବିଲିଓନାୟରର୍ସ ଇଣ୍ଡେକ୍ସର ତଥ୍ୟ ଅନୁଯାୟୀ ୨୪ ଘଣ୍ଟାରେ ଏଲନ ମସ୍କଙ୍କ ସମ୍ପତ୍ତି ୧.୯୮ ଆରବ ଡଲାର ବଢିଛି। ସେପଟେ ଫ୍ରାନ୍ସ ବିଜନେସମ୍ୟାନ୍ ବର୍ଣ୍ଣାର୍ଡ ଅର୍ଣ୍ଣାଲ୍ଟଙ୍କ ସମ୍ପତ୍ତି ୫.୩୫ ଆରବ ଡଲାର ହ୍ରାସ ପାଇଛି। ଏହାସହ ଏଲନ୍ ମସ୍କ ବିଶ୍ୱର ନମ୍ବର ୱାନ୍ ଧନୀ ବ୍ୟକ୍ତି ହୋଇଥିବାବେଳେ ବର୍ଣ୍ଣାର୍ଡ ଅର୍ଣ୍ଣାଲ୍ଟ ଦ୍ୱିତୀୟ ସ୍ଥାନରେ ଅଛନ୍ତିି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ