Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଭିନ୍ନ ଦାବି ନେଇ ସିପିଆଇର ପଦଯାତ୍ରା

ଖଡ଼ିଆଳ : ଭାରତୀୟ କମ୍ୟୁନିଷ୍ଟ ପାର୍ଟି ନୂଆପଡା ତରଫରୁ ପଦଯାତ୍ରା କରାଯାଉଛି। ଏକ୍ରମରେ ଆଜି ଶତାଧିକ କର୍ମୀ ଖଡ଼ିଆଳ ତହସିଲ ଅଫିସ ପହଞ୍ଚି ନାରାବାଜି କରିଥିଲେ। ରାଜ୍ୟ ସାଧାରଣ ସମ୍ପାଦକ ଅଭୟ ସାହୁ ଏଥିରେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ନୀତିକୁ ବିରୋଧ କରିଥିଲେ। ବେକାରୀଙ୍କୁ କର୍ମ ନିଯୁକ୍ତି ଅଥବା ଦଶ ହଜାର ଟଙ୍କା ବେକାରୀ ଭତ୍ତା ପ୍ରଦାନ, ମଧୁବାବୁ ପେନସନ ତିନି ହଜାର ଟଙ୍କା କରିବା, ଦୁଇ ଶହ ୟୁନିଟ ମାଗଣା ବିଜୁଳି ପ୍ରଦାନ, ମନରେଗାରେ ଦୁଇ ଶହ ଦିନ କାର୍ଯ୍ୟ ପ୍ରଦାନ, ୫୫ ବର୍ଷ ପରେ ସମସ୍ତଙ୍କୁ ପାଞ୍ଚ ହଜାର ଟଙ୍କା ପେନସନ ବ୍ୟବସ୍ଥା, ଧାନ କ୍ୱିଣ୍ଟାଲ ତିନି ହଜାର ଟଙ୍କା କରିବା,ଏମ ଡି ଏମ ପାଚିକା ମାନଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ ଆଦି ଦାବି କରାଯାଇଥିଲା। ଆଜିର ଆନ୍ଦୋଳନରେ ଶ୍ରୀସାହୁଙ୍କ ସମେତ ଏନ ଗୋପାଳ, ପାଣ୍ଡବ ଭୋଇ, ଗୋପାଳ ଭୋଇ, ସଜନେ ବନଛୋର, ଅନୁପମା କୈବର୍ତ୍ତ, ରାଜକୁମାର ରାଉତଙ୍କ ସମେତ ଶତାଧିକ ପୁରୁଷ ମହିଳା ସାମିଲ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ