Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଙ୍କୀର୍ତ୍ତନ ମହୋତ୍ସବ କୋର କମିଟି ବୈଠକ

ଖଡ଼ିଆଳ : ରାଜ୍ୟ ପ୍ରାଚୀନ କଳା ଓ ସଂସ୍କୃତି ପୁନରୁଦ୍ଧାର ପରିଷଦ, ଓଡ଼ିଶା ଆନୁକୂଲ୍ୟରେ ତଥା ନୂଆପଡ଼ା ଜିଲା ସଂକୀର୍ତ୍ତନ ବିକାଶ ପରିଷଦ ଏବଂ ଜିଲା କଳା ଓ ସଂସ୍କୃତି ସଂଗଠନର ମିଳିତ ସହଯୋଗରେ ଚଳିତ ଜୁନ ମାସ ତୃତୀୟ ସପ୍ତାହରେ ଆୟୋଜିତ ହେବାକୁ ଥିବା ସଂକୀର୍ତ୍ତନ ମହୋତ୍ସବ ପାଇଁ କୋର୍ କମିଟିର ବୈଠକ ସ୍ଥାନୀୟ ଶ୍ଯାମକୁମ୍ ଲଜ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଭାରେ ରାଜ୍ୟ ପ୍ରାଚୀନ କଳା ଓ ସଂସ୍କୃତି ପୁନରୁଦ୍ଧାର ପରିଷଦର ସଭାପତି ତ୍ରିମନ ମାଝୀ ଅଧ୍ଯକ୍ଷତା କରିଥିଲେ। ମହୋତ୍ସବ ପାଳନର ରୂପରେଖ, ଶୋଭାଯାତ୍ରା, ମଞ୍ଚ ସଜ୍ଜା, ସାଧାରଣ ସଭା ତଥା ମହୋତ୍ସବର ବିଭିନ୍ନ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ସଭାରେ ଆଲୋଚନା କରାଯାଇଥିଲା। ସଭାରେ କୋର୍ କମିଟି ସଦସ୍ୟ ନାଟ୍ୟକାର ତଥା ବିଶିଷ୍ଟ ସମାଜସେବୀ ଜିତେନ୍ଦ୍ର ନାଥ ପଟ୍ଟନାୟକ, ଜିଲ୍ଲା କଳା ଓ ସଂସ୍କୃତି ସଂଗଠନ ଉପ ସଭାପତି ଅର୍ଜୁନ ଛତ୍ରୀଆ, ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ ଡକ୍ଟର ସୁଶାନ୍ତ କୁମାର ବିଶି, ଖଡ଼ିଆଳ ସାହିତ୍ୟ ସମିତିର ସମ୍ପାଦକ ଗୌରାଙ୍ଗ କୁମାର ସାହୁ, ନୂଆପଡ଼ା ସଂକୀର୍ତ୍ତନ ବିକାଶ ପରିଷଦର ସଂପାଦକ ଅମର ବିଳାସ ପଟେଲ, ସମାଜସେବୀ ଲକ୍ଷ୍ମୀ ନାରାୟଣ ସିଂ ଲାଲ, ସମାଜସେବୀ ଲୋକନାଥ ସେନାପତି, ଡଗ୍ରେଶ୍ୱର ବାଗ, ଜଗତରାମ ନାଗ, ନବରଙ୍ଗପୁରରୁ ଲୟାରାମ ଗଇଁତିଆ, ସନ୍ତୋଷ ଶଗରିଆ, ବସନ୍ତ ଶବର, ମହାଦେବ ମାଝୀ ପ୍ରମୁଖ ସଦସ୍ୟ ଯୋଗଦେଇ ଥିଲେ। ପ୍ରକାଶ ଥାଉକି, ମହୋତ୍ସବରେ ପ୍ରାୟ ଦଶ ହଜାର ଲୋକଙ୍କର ସମାବେଶ ପାଇଁ ଯୋଜନା ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ