Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଉରକେଲାରେ ଜୁଆଆଡ଼ା ଉପରେ ପୁଲିସର ଚଢ଼ାଉ, ୯ ଜୁଆଡ଼ି ଗିରଫ

ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ପୁଲିସ ଏକ ଜୁଆଆଡ଼ା ଉପରେ ଚଢ଼ାଉ କରି ୯ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ନଗଦ ୧୮,୮୧୦ ଟଙ୍କା, ୯ଟି ମୋବାଇଲ୍ ଫୋନ୍ ଏବଂ ତାସ୍‌ ମୁଠା ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ସହରର ବିଭିନ୍ନ ଅଞ୍ଚଳର ବାସିନ୍ଦା ବୋଲି ପୁଲିସ ସୂଚନା ଦେଇଛି।

ପୁଲିସ ସୂଚନା ଅନୁସାରେ, ରବିବାର ସନ୍ଧ୍ୟାରେ ଟ୍ରାଫିକ୍ ଗେଟ୍ ପାର୍କିଂ ନିକଟରେ କିଛି ବ୍ୟକ୍ତି ଜୁଆ ଖେଳୁଥିବା ନେଇ ଗୁପ୍ତ ସୂଚନା ମିଳିଥିଲା। ଏହାପରେ ପ୍ଲାଣ୍ଟସାଇଟ୍ ପୁଲିସ ଅତର୍କିତ ଚଢ଼ାଉ କରି ଘଟଣାସ୍ଥଳରୁ ସମସ୍ତଙ୍କୁ କାବୁ କରିଥିଲା। ପରେ ସେମାନଙ୍କ ବିରୋଧରେ ଜୁଆ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି।

ପୁଲିସ କହିଛି, ସହରରେ ବେଆଇନ ଜୁଆ କାରବାର ଉପରେ ଆଗାମୀ ଦିନରେ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ। ସାଧାରଣ ଲୋକଙ୍କୁ ଏଭଳି ବେଆଇନ କାର୍ଯ୍ୟକଳାପ ସମ୍ପର୍କରେ ପୁଲିସକୁ ସୂଚନା ଦେବାକୁ ଅନୁରୋଧ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ