Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଟକରେ ଉଦ୍‌ଘାଟିତ ହେଲା ବିଶାଳ ପାଠାଗାର! ଏକାସାଙ୍ଗରେ ବସି ପଢ଼ିପାରିବେ ୧୭୦୦ରୁ ଅଧିକ ଛାତ୍ରଛାତ୍ରୀ

କଟକ:କଟକରେ ଆଜି ଉଦ୍‌ଘାଟିତ ହୋଇଛି ଓଡ଼ିଶାର ସର୍ବବୃହତ “ବିଶ୍ୱନାଥ ପଣ୍ଡିତ କେନ୍ଦ୍ରୀୟ ପାଠାଗାର ଓ ଗବେଷଣା କେନ୍ଦ୍ର”। ବାଦାମବାଡ଼ି ଅନୁଗୁଳ–ପୁରୀ ବସ୍‌ଷ୍ଟାଣ୍ଡ ନିକଟରେ ପ୍ରାୟ ୪୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପାଠାଗାରକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ର ଉଦ୍‌ଘାଟନ କରିଛନ୍ତି।

ପ୍ରାୟ ୩ ଏକରରୁ ଅଧିକ ଅଞ୍ଚଳରେ ନିର୍ମିତ ଏହି ଅତ୍ୟାଧୁନିକ ପାଠାଗାରରେ ଏକ ସମୟରେ ୧୭୦୦ରୁ ଅଧିକ ଛାତ୍ରଛାତ୍ରୀ ବସି ପାଠ ପଢିପାରିବେ। ବିଶେଷକରି UPSC, OPSC, ବ୍ୟାଙ୍କିଂ, ରେଲୱେ ସମେତ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ନେଉଥିବା ଯୁବପିଢ଼ିଙ୍କ ପାଇଁ ଏହି ପାଠାଗାର ଉପଯୋଗୀ ସାବ୍ୟସ୍ତ ହେବ।

ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପାଠାଗାରରେ ଆଧୁନିକ ପାଠନ ବ୍ୟବସ୍ଥା, ଆରାମଦାୟକ ବସିବା ସୁବିଧା ଏବଂ ଗବେଷଣା ଓ ଅଧ୍ୟୟନ ପାଇଁ ଆବଶ୍ୟକ ସମସ୍ତ ଭିତ୍ତିଭୂମି ଉପଲବ୍ଧ କରାଯାଇଛି। ରାଜ୍ୟର ଶିକ୍ଷା କ୍ଷେତ୍ରରେ ଏହି ପାଠାଗାର ଏକ ନୂଆ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories