ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଲକରେ କାର୍ଯ୍ୟରତ ଅମଲା ମଞ୍ଚ ସଂଘ ପକ୍ଷରୁ ଲେଭେଳ ୪ ରୁ ଲିଭେଲ୍ ୯ କୁ ବୃଦ୍ଧି ଦାବି ନେଇ ବ୍ଲକ୍ ସମ୍ମୁଖରେ ଆଜି ଧାରଣା ଦେଇଛନ୍ତି l ସୂଚନା ଅନୁସାରେ ଗତ ୨୨ତାରିଖରୁ ୩୧ତାରିଖ ପର୍ଯ୍ଯନ୍ତ ବ୍ଲକରେ କାର୍ଯ୍ୟରତ ଅମଲା ମଞ୍ଚ ସଂଘ ପକ୍ଷରୁ ଉକ୍ତ ଦାବି ନେ଼ଇ କଳାବ୍ୟାଚ ପରିଧାନ କରି ଅଫିସ କାର୍ଯ୍ଯ କରି ଆସୁଥିଲେ l ହେଲେ ସରକାର ତାଙ୍କ ଦାବି ପୂରଣ କରିନଥିବା ରୁ ଆଜି ଜିଲ୍ଲା ଅମଲା ମଞ୍ଚ ସଂଘର ଆହ୍ବାନ କ୍ରମେ ବ୍ଲକରେ କାର୍ଯ୍ୟରତ ଅମଲା ମଞ୍ଚ ସଂଘ ପକ୍ଷରୁ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି l ତେବେ ଦାବି ପୁରଣ ନହେବା ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି।
ଉଲୁଣ୍ଡା ବ୍ଲକ ସମ୍ମୁଖରେ ଅମଲା ମଞ୍ଚ ତରଫରୁ ଧାରଣା
