Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋଭିଡକୁ ନେଇ ଭୟ ନାହିଁ; ସରକାର ସଜାଗ ଅଛନ୍ତି: ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

ଭୁବନେଶ୍ୱର: କୋଭିଡ ପରିସ୍ଥିତିକୁ ନେଇ ଆୟୋଜିତ ସମୀକ୍ଷା ବୈଠକ ପରେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, କୋଭିଡକୁ ନେଇ ଓଡ଼ିଶାବାସୀଙ୍କୁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ସରକାର ପରିସ୍ଥିତି ଉପରେ କଡ଼ା ନଜର ରଖିଥିବାବେଳେ ସମସ୍ତ ପ୍ରକାର ପ୍ରସ୍ତୁତି ମଧ୍ୟ କରାଯାଇଛି। କେନ୍ଦ୍ର ସରକାରଙ୍କ ପରବର୍ତ୍ତୀ ପରାମର୍ଶ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକୁ ସତର୍କ କରାଯାଇଛି। ପୁରୀ ରଥଯାତ୍ରାକୁ ଦୃଷ୍ଟିରେ ରଖି ପ୍ରାୟ ୨୦୦ ଜଣ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି। ଏହାସହ ପାରାମେଡିକାଲ କର୍ମଚାରୀ, ଆଇସିୟୁ ସୁବିଧା, ଅକ୍ସିଜେନ ଓ ଆବଶ୍ୟକ ଔଷଧର ପର୍ଯ୍ୟାପ୍ତ ବ୍ୟବସ୍ଥା ମଧ୍ୟ କରାଯାଇଛି, ଯାହାଦ୍ୱାରା ଜରୁରୀ ସ୍ଥିତିରେ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦିଆଯାଇପାରିବ।

ସେପଟେ ଆନ୍ଧ୍ରପ୍ରଦେଶରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଗଞ୍ଜାମ ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି। ସମସ୍ତ ସରକାରୀ ହସ୍ପିଟାଲ ଓ ସିଏଚ୍‌ସିଗୁଡ଼ିକୁ ସତର୍କ ରହିବାକୁ ସିଡିଏମ୍‌ଓ ଓ ପିଏଚ୍‌ଓ ନିର୍ଦ୍ଦେଶ ଦେଇଛନ୍ତି। SARI ରୋଗୀଙ୍କ ପାଇଁ ବାଧ୍ୟତାମୂଳକ କୋଭିଡ ପରୀକ୍ଷା ଏବଂ ILI ରୋଗୀଙ୍କ ମଧ୍ୟରୁ ଅତି କମରେ ୫ ପ୍ରତିଶତଙ୍କର ନମୁନା ପରୀକ୍ଷା କରିବାକୁ କୁହାଯାଇଛି। ଏହାସହ ଅକ୍ସିଜେନ, ଔଷଧ ଓ ଜରୁରୀ ଚିକିତ୍ସା ସାମଗ୍ରୀ ପ୍ରସ୍ତୁତ ରଖିବା ସହ ପ୍ରତିଦିନର ସ୍ଥିତି ରିପୋର୍ଟ ଦାଖଲ କରିବାକୁ ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନକୁ ନିର୍ଦ୍ଦେଶ ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories