ବୀରମହାରାଜପୁର ମୈତ୍ରୀ ସଦନ ଠାରେ ବିଜେପିର ବିଏଲ ଏ ପ୍ରଶିକ୍ଷଣ ଶିବିର
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ମୈତ୍ରୀ ସଦନ ଠାରେ ଆଜି ବିଜେପିର ବିଏଲଏ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଏକ ମିଶ୍ରଣ ପର୍ବ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜଟେସିଂହା ପଞ୍ଚାୟତର ସମିତି ସଭ୍ୟା ରଶ୍ମିତା ପାଣ୍ଡେ ଓ ତାଙ୍କ ସ୍ୱାମୀ ଯଜ୍ଞେଶ୍ଵର ନାଏକଙ୍କ ସହିତ ଅନେକ ଯୁବକ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିବା ଜଣାଯାଇଛି ।ଏହି ମିଶାଣ ପର୍ବରେ ସ୍ଥାନୀୟ ବିଧାୟକ ଇ. ରଘୁନାଥ ଜଗଦଳl ଙ୍କ ଉପସ୍ଥିତିରେ ଭାଜପା ଜିଲ୍ଲା ସଭାପତି ବେଣୁଧର ଦାଶ , ସାଂସଦ ପ୍ରତିନିଧି ମହିଳା ନେତ୍ରୀ ନଳିନୀ ପଣ୍ଡା ଙ୍କ ସହିତ ବହୁ ଦଳୀୟ କର୍ମୀ ଯୋଗ ଦେଇ ଥିବା ଦେଖାଯାଇଛି l

