Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରଥରେ ବିରାଜମାନ ଚତୁର୍ଦ୍ଧାମୂର୍ତ୍ତି, ଭକ୍ତିରେ ଉଛୁଳିଲା ବଡ଼ଦାଣ୍ଡ

ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ ପହଣ୍ଡି ବିଜେ ନୀତି ସଫଳତାର ସହ ସମ୍ପନ୍ନ ହୋଇଛି। ପ୍ରଥମେ ଚକ୍ରରାଜ ଶ୍ରୀସୁଦର୍ଶନ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ବିଜେ କରିଥିବାବେଳେ, ପରେ ବଡ଼ଠାକୁର ବଳଭଦ୍ର ତାଳଧ୍ୱଜ ରଥରେ, ଦେବୀ ସୁଭଦ୍ରା ଦର୍ପଦଳନ ରଥରେ ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ନନ୍ଦିଘୋଷ ରଥରେ ବିରାଜମାନ ହୋଇଛନ୍ତି। ଘଣ୍ଟ, ଘଣ୍ଟା ଓ ମୃଦଙ୍ଗର ନାଦରେ ବଡ଼ଦାଣ୍ଡ ଭକ୍ତିମୟ ପରିବେଶରେ ପ୍ରକମ୍ପିତ ହୋଇଉଠିଥିଲା।

ମହାପ୍ରଭୁଙ୍କ ଏହି ଦିବ୍ୟ ପହଣ୍ଡି ବିଜେର ସାକ୍ଷୀ ହେବା ପାଇଁ ବର୍ଷାକୁ ଖାତିର ନକରି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ରରେ ସମବେତ ହୋଇଥିଲେ। ପହଣ୍ଡି ପରେ ଶ୍ରୀମଦନମୋହନ ଓ ଶ୍ରୀରାମ-ଶ୍ରୀକୃଷ୍ଣଙ୍କ ରଥ ବିଜେ, ଚିତାଲାଗି ଏବଂ ବେଶ ନୀତି ଅନୁଷ୍ଠିତ ହେବ। ଏହାପରେ ଗଜପତି ମହାରାଜ ତିନି ରଥରେ ପାରମ୍ପରିକ ଛେରାପହଁରା ନୀତି ସମ୍ପାଦନ କରିବେ।

ପ୍ରଶାସନ ପକ୍ଷରୁ ପ୍ରକାଶିତ ସମୟସୂଚୀ ଅନୁସାରେ, ଅପରାହ୍ଣ ୩ଟାରୁ ୪ଟା ମଧ୍ୟରେ ଚାରମାଳ ଫିଟା, ଘୋଡ଼ା ଓ ସାରଥି ଲାଗିବା ପରେ ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବ। ରଥଟଣା ଶେଷ ପରେ ତିନି ରଥରେ ମହାପ୍ରଭୁଙ୍କ ପରବର୍ତ୍ତୀ ନୀତିକାନ୍ତି ସମ୍ପନ୍ନ କରାଯିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories