Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁଇ ଜିଲ୍ଲା କୋର୍ଟକୁ ବୋମା ଧମକ, ଇ-ମେଲ୍ ପରେ କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ରାଜ୍ୟର ଦୁଇଟି ଜିଲ୍ଲା କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି। ଜଗତସିଂହପୁର ଓ ଝାରସୁଗୁଡ଼ା ଜିଲ୍ଲା କୋର୍ଟକୁ ଅଜଣା ବ୍ୟକ୍ତି ଇ-ମେଲ୍ ଯୋଗେ ଏହି ଧମକ ଦେଇଥିବା ଜଣାପଡ଼ିଛି। ଘଟଣା ପରେ ଉଭୟ କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଧମକପୂର୍ଣ୍ଣ ଇ-ମେଲ୍ ମିଳିବା ପରେ ପୁଲିସ, ବୋମା ନିଷ୍କ୍ରିୟକରଣ ଦଳ ଏବଂ ସ୍ୱତନ୍ତ୍ର ସ୍କ୍ୱାଡ୍ କୋର୍ଟ ପରିସରରେ ପହଞ୍ଚି ତନାଘନା ଯାଞ୍ଚ ଆରମ୍ଭ କରିଛନ୍ତି। କୋର୍ଟର ପ୍ରତ୍ୟେକ ସ୍ଥାନକୁ ତଲାସି କରାଯାଉଥିବା ବେଳେ ସନ୍ଦିଗ୍ଧ ବସ୍ତୁ ଉପରେ କଡ଼ା ନଜର ରଖାଯାଇଛି।

ଅନ୍ୟପକ୍ଷରେ, ଧମକପୂର୍ଣ୍ଣ ଇ-ମେଲ୍‌ର ଉତ୍ସ ଖୋଜିବା ପାଇଁ ସାଇବର ଟିମ୍ ତଦନ୍ତ ଆରମ୍ଭ କରିଛି। ପ୍ରାରମ୍ଭିକ ଯାଞ୍ଚରେ କୌଣସି ବିସ୍ଫୋରକ ସାମଗ୍ରୀ ମିଳିନଥିବା ସୂଚନା ରହିଛି। ତଥାପି କୌଣସି ବିପଦକୁ ଏଡ଼ାଇବା ପାଇଁ ସମସ୍ତ ସୁରକ୍ଷାମୂଳକ ପଦକ୍ଷେପ ନିଆଯାଇଛି। ଧମକ ଦେଇଥିବା ବ୍ୟକ୍ତିଙ୍କ ପରିଚୟ ଏବଂ ଏହା ପଛର ଉଦ୍ଦେଶ୍ୟ ଜାଣିବାକୁ ପୁଲିସ ତଦନ୍ତ ଜାରି ରଖିଛି। ପୁଣି ଥରେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ