ରଥଯାତ୍ରାରେ କାହିଁକି ମହାପ୍ରଭୁଙ୍କ ମସ୍ତକରେ ନଥିଲା ଟାହିଆ? ସ୍ପଷ୍ଟୀକରଣ ଦେଲେମନ୍ଦିର ପ୍ରଶାସକ ଅରବିନ୍ଦ ପାଢ଼ୀ
ପୁରୀ: ଚଳିତ ବର୍ଷର ରଥଯାତ୍ରାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମସ୍ତକରେ ପାରମ୍ପରିକ ଟାହିଆ ନ ଥିବା ଘଟଣା ଭକ୍ତମାନଙ୍କ ଭାବନାକୁ ଆଘାତ କରିଛି | ପ୍ରତିବର୍ଷ ଲକ୍ଷ ଲକ୍ଷ ସଂଖ୍ୟାରେ ଭକ୍ତ ରଥଯାତ୍ରାରେ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ କରିବାକୁ ଆସିଥାନ୍ତି | କିନ୍ତୁ ଗତକାଲି ରଥଯାତ୍ରାରେ ମହାପ୍ରଭୁଙ୍କ ମସ୍ତକରେ ଟାହିଆ ନଥିବା ଘଟଣା ଭକ୍ତଙ୍କୁ ନିରାଶ କରିଛି | ଏହାକୁ ନେଇ ରାଜ୍ୟ ରାଜନୀତି ମଧ୍ୟ ଜୋର ଧରିଛି | ଏହି ଘଟଣା ସାମଜିକ ଗଣମାଧ୍ୟମରେ ମଧ୍ୟ ବେଶ ଚର୍ଚ୍ଚାର ବିଷୟ ପାଲଟିଛି | ଅନେକ ଭକ୍ତ ସୋସିଆଲ୍ ମିଡିଆରେ ପ୍ରଶ୍ନ ଉଠାଇବା ସହିତ ଏବଂ ଏହା ପଛର କାରଣ ଜାଣିବାକୁ ଦାବି କରିଥିଲେ । କେବଳ ସେତିକି ନୁହେଁ ମହାପ୍ରଭୁ ଜଗନ୍ନାଥଙ୍କ ରଥ ଟାଣିବାରେ ମଧ୍ୟ ଧାର୍ଯ୍ୟ ସମୟଠାରୁ ଅଧିକ ବିଳମ୍ୱିତ ହୋଇଥିଲା |
ଏହି ପ୍ରସଙ୍ଗରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ନିଜର ସ୍ପଷ୍ଟୀକରଣ ଦେଇଛନ୍ତି| ସେ କହିଛନ୍ତିଯେ, ପ୍ରବଳ ବର୍ଷା ଯୋଗୁଁ ପହଣ୍ଡି ସମୟରେ ସେବାୟତମାନଙ୍କ ପାଇଁ ମହାପ୍ରଭୁଙ୍କୁ ସୁରକ୍ଷିତ ଭାବେ ବହନ କରିବା ଆହ୍ୱାନ ମୂଳକ ରହିଥିଲା । ଏହି ପରିସ୍ଥିତିରେ ଟାହିଆ ନଷ୍ଟ ହୋଇଯାଇଥିଲା ଏବଂ ସେବାକୁ ସୁରୁଖୁରୁରେ ସମ୍ପନ୍ନ କରିବା ଓ ସୁରକ୍ଷାକୁ ପ୍ରାଥମିକତା ଦେଇ ମହାପ୍ରଭୁଙ୍କୁ ଟାହିଆ ବିନା ରଥାରୂଢ଼ କରାଯାଇଥିଲା। ସେ ଆହୁରି କହିଛନ୍ତିଯେ , ସେବାୟତ ମାନଙ୍କ ନୀତିକାନ୍ତି ଲାଗି ରଥଟଣାରେ ବିଳମ୍ବ ହୋଇନଥିଲା | ଯେହେତୁ ପହଣ୍ଡି ସମୟରେ ପ୍ରାୟ ଦେଢ଼ ଘଣ୍ଟା ପାଖାପାଖି ସମୟ ଲାଗିଥିଲା ତେଣୁ ରଥଟଣାରେ ଡେରି ହେଲା | ଏହି ଘଟଣାରେ ସେ ଦୁଃଖ ପ୍ରକାଶ କରିବା ସହିତ ଭକ୍ତଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି | |

