Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଉଟି ମହାନ୍ତି ମୃତ୍ୟୁ ମାମଲା: ଆସିଲା ୮ ଲକ୍ଷ ପୃଷ୍ଠାର ମୋବାଇଲ୍ ଡାଟା, ତଦନ୍ତ ପାଇଁ ଗଠନ ହୋଇଛି ୩ଟି ସ୍ୱତନ୍ତ୍ର ଟିମ୍

କଟକ: ଚାଉଳିଆଗଞ୍ଜ ଥାନାର ଆଇଆଇସି ବିଉଟି ମହାନ୍ତିଙ୍କ ମୃତ୍ୟୁ ଘଟଣାର ତଦନ୍ତରେ କମିସନରେଟ୍ ପୁଲିସକୁ ବଡ଼ ସଫଳତା ମିଳିଛି। ଭୁବନେଶ୍ୱରସ୍ଥିତ ଷ୍ଟେଟ୍ ଫରେନସିକ୍ ସାଇନ୍ସ ଲାବରେଟୋରି (SFSL)ରୁ ବିଉଟି ମହାନ୍ତିଙ୍କ ମୋବାଇଲର ୨୦୨୪ ରୁ ୨୦୨୬ ଜୁଲାଇ ୪ ତାରିଖ ପର୍ଯ୍ୟନ୍ତର ସମସ୍ତ ଡିଜିଟାଲ୍ ତଥ୍ୟ ପୁଲିସ ହାତକୁ ଆସିଛି। ପ୍ରାୟ ୮ ଲକ୍ଷ ପୃଷ୍ଠାର ଏହି ତଥ୍ୟକୁ ସାଇବର ବିଶେଷଜ୍ଞମାନେ ଟିକନିକ ଯାଞ୍ଚ କରୁଛନ୍ତି।

ଏହି ଡିଜିଟାଲ୍ ଡାଟାରେ ଚାଟ୍, କଲ୍ ରେକର୍ଡ, ମୋବାଇଲ୍ କାର୍ଯ୍ୟକଳାପ ସମେତ ବିଭିନ୍ନ ସୂଚନା ରହିଛି। ବିଉଟି ମହାନ୍ତିଙ୍କ ମୃତ୍ୟୁ ପଛରେ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରମାଣ କିମ୍ବା ସନ୍ଦେହଜନକ ତଥ୍ୟ ରହିଛି କି ନାହିଁ, ତାହାର ମଧ୍ୟ ଖୋଳତାଡ଼ ଚାଲିଛି। ଡିସିପି ଖିଲାରୀ ଋଷିକେଶ ଦ୍ୟାନଦେଓଙ୍କ ନିର୍ଦ୍ଦେଶରେ ଗଠିତ ତିନିଜଣିଆ ସ୍ୱତନ୍ତ୍ର ଟିମ୍ ଶବ ବ୍ୟବଚ୍ଛେଦ ରିପୋର୍ଟ, ଶେଷ କଲ୍ ଓ କଥାବାର୍ତ୍ତା, ଡିଜିଟାଲ୍ ପ୍ରମାଣ, ଆର୍ଥିକ କାରବାର ଏବଂ କଲ୍ ଡିଟେଲ୍ସକୁ ପୃଥକ ଭାବେ ଯାଞ୍ଚ କରୁଛି।

ପୁଲିସ ବିଉଟି ମହାନ୍ତିଙ୍କ ମୃତ୍ୟୁ ପୂର୍ବରୁ ଯେଉଁମାନଙ୍କ ସହ କଥା ହୋଇଥିଲା ସେମାନଙ୍କୁ ପଚରାଉଚରା କରିସାରିଛି। ବିଶେଷକରି ମୃତ୍ୟୁ ପୂର୍ବ ରାତିରେ ଯାହାଙ୍କ ସହ ସେ ବାରମ୍ବାର ଫୋନ୍‌ରେ କଥା ହୋଇଥିଲେ, ସେହି ବ୍ୟକ୍ତିଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି। ଅନ୍ୟପକ୍ଷରେ, ଫରେନସିକ୍ ଲାବକୁ ପଠାଯାଇଥିବା ଦୁଇଟି ମୋବାଇଲ୍‌ ମଧ୍ୟରୁ ଗୋଟିଏର ରିପୋର୍ଟ ପୁଲିସ ପାଇଥିବାବେଳେ ଅନ୍ୟଟିର ରିପୋର୍ଟ ଖୁବ୍ ଶୀଘ୍ର ମିଳିବ ବୋଲି ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories