Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହାପ୍ରଭୁଙ୍କ ପହଣ୍ଡିରେ ବିଶୃଙ୍ଖଳା! ନଥିଲା ଟାହିଆ, ବନ୍ଦ ହେଲା ଘଣ୍ଟ-ମର୍ଦ୍ଦଳ; କାରଣକୁ ନେଇ ବଢ଼ିଲା ଚର୍ଚ୍ଚା

ପୁରୀ: ଚଳିତ ବର୍ଷର ଶ୍ରୀଗୁଣ୍ଡିଚା ରଥଯାତ୍ରାରେ ପହଣ୍ଡି ସମୟରେ କିଛି ଅସାଧାରଣ ଘଟଣାକୁ ନେଇ ଭକ୍ତଙ୍କ ଗହଣରେ ଚର୍ଚ୍ଚା ଜୋର ଧରିଛି। ମହାପ୍ରଭୁ ଜଗନ୍ନାଥଙ୍କ ବାଇଶି ପାହାଚ ଅତିକ୍ରମ କରିବା ବେଳେ ତାଙ୍କ ମୁଣ୍ଡରେ ଟାହିଆ ନଥିବା ଦେଖାଯାଇଥିଲା। ଏହାସହ ପହଣ୍ଡିରେ ଆବଶ୍ୟକତାଠାରୁ ଅଧିକ ସେବାୟତ ରହିଥିବାରୁ ବିଶୃଙ୍ଖଳା ସୃଷ୍ଟି ହୋଇଥିବା ନେଇ ଅଭିଯୋଗ ଉଠିଛି।

ସୂଚନା ଅନୁସାରେ, ଆନନ୍ଦ ବଜାର ଗୁମୁଟ ନିକଟରେ ମହାପ୍ରଭୁ ପ୍ରାୟ ୪୦ ମିନିଟ୍‌ ଧରି ଅଟକି ରହିଥିଲେ। ଏହି ସମୟରେ ପହଣ୍ଡି ଆଗକୁ ବଢ଼ିନଥିବାରୁ କିଛି ସମୟ ପାଇଁ ଘଣ୍ଟ ଓ ମର୍ଦ୍ଦଳ ବାଦନ ମଧ୍ୟ ବନ୍ଦ ରଖାଯାଇଥିଲା। ଏହି ଘଟଣାକୁ ନେଇ ଭକ୍ତମାନଙ୍କ ମଧ୍ୟରେ ବିଭିନ୍ନ ପ୍ରଶ୍ନ ସୃଷ୍ଟି ହୋଇଛି ।

ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିଜର ସ୍ପଷ୍ଟୀକରଣ ରଖିଛନ୍ତି | ସେ କହିଛନ୍ତି, ମହାପ୍ରଭୁଙ୍କ ମୁଣ୍ଡରୁ ଟାହିଆ ଖୋଲାଯିବା ପରମ୍ପରା କିମ୍ବା ସଂସ୍କୃତିର ଉଲ୍ଲଂଘନ ନୁହେଁ। ପ୍ରବଳ ବର୍ଷାରୁ ଶ୍ରୀଅଙ୍ଗକୁ ସୁରକ୍ଷା ଦେବା ପାଇଁ ଗିଲାପି ଘୋଡ଼ାଇବା ଉଦ୍ଦେଶ୍ୟରେ ଟାହିଆ ଖୋଲାଯାଇଥିବା ସେବାୟତମାନେ ସୂଚନା ଦେଇଛନ୍ତି। ତେବେ ମହାପ୍ରଭୁ ଗୁମୁଟ ନିକଟରେ ଦୀର୍ଘ ସମୟ ଧରି କାହିଁକି ଅଟକି ରହିଥିଲେ, ସେନେଇ ସ୍ପଷ୍ଟ କାରଣ ସାମ୍ନାକୁ ଆସିନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories