Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନବମ-ଦଶମ ଛାତ୍ରଛାତ୍ରୀଙ୍କ ପାଇଁ କ୍ୟାରିୟର ଗାଇଡାନ୍ସ; ସ୍କୁଲରେ ପ୍ରତିମାସ ହେବ ୱେବିନାର

ଭୁବନେଶ୍ୱର: ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ କ୍ୟାରିୟର ଚୟନରେ ସହାୟତା କରିବା ପାଇଁ ରାଜ୍ୟ ସରକାର କ୍ୟାରିୟର ଗାଇଡାନ୍ସ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ପାଠପଢ଼ା ପରେ କେଉଁ କ୍ଷେତ୍ରରେ ଛାତ୍ରଛାତ୍ରୀ କ୍ୟାରିୟର ଗଢ଼ିବେ ଏବଂ ବିଭିନ୍ନ ବୃତ୍ତିଗତ ସୁଯୋଗ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ବିଶେଷଜ୍ଞଙ୍କ ଦ୍ୱାରା ମାର୍ଗଦର୍ଶନ ଦିଆଯିବ।

ଏହି କାର୍ଯ୍ୟକ୍ରମ ଅନୁସାରେ ପ୍ରତି ମାସର ପ୍ରଥମ ଓ ତୃତୀୟ ଶନିବାର ସକାଳ ୧୦.୩୦ରୁ ୧୧:୩୦ ପର୍ଯ୍ୟନ୍ତ ସ୍କୁଲରେ କ୍ୟାରିୟର ୱେବିନାର ଆୟୋଜନ କରାଯିବ। ପ୍ରଶାସନିକ ସେବା ସମେତ ବିଭିନ୍ନ ବୃତ୍ତିଗତ କ୍ଷେତ୍ରରେ କିପରି କ୍ୟାରିୟର ଗଢ଼ିହେବ, ସେ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ବିସ୍ତୃତ ସୂଚନା ଓ ପରାମର୍ଶ ପ୍ରଦାନ କରାଯିବ।

ଏନେଇ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (OSEPA) ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଜାରି କରାଯାଇଛି। ଆଜିଠାରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହେଉଥିବାବେଳେ ପ୍ରଥମ ୱେବିନାରର ବିଷୟ ‘Self Discovery and Career Planning’ ରହିଛି। ଛାତ୍ରଛାତ୍ରୀମାନଙ୍କର ରୁଚି, ଦକ୍ଷତା ଓ ଲକ୍ଷ୍ୟ ଅନୁଯାୟୀ କ୍ୟାରିୟର ଯୋଜନା ପ୍ରସ୍ତୁତ କରିବାରେ ଏହି ୱେବିନାର ସହାୟକ ହେବ ବୋଲି ଆଶା କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories