Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

CMଙ୍କ ଅଫିସରୁ ଫାଇଲ୍ ହଜିବା ଘଟଣା : କ୍ୟାପିଟାଲ ଥାନାରେ ହାଜର ହେଲେ ପୂର୍ବତ୍ତନ ଆଇଟି ସଚିବ ମନୋଜ ମିଶ୍ର

ଭୁବନେଶ୍ୱର: CMOରୁ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ଗାଏବ ଘଟଣାରେ ପୂର୍ବତ୍ତନ ଆଇଟି ସଚିବ ମନୋଜ କୁମାର ମିଶ୍ର କ୍ୟାପିଟାଲ ଥାନାରେ ହାଜର ହୋଇଛନ୍ତି। ଏହି ମାମଲାରେ କମିଶନରେଟ୍ ପୋଲିସ ମନୋଜ ମିଶ୍ର ଓ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ରାଜେଶ କୁମାର ବର୍ମାଙ୍କୁ ନୋଟିସ ଜାରି କରିଥିଲା।

ପୋଲିସ ଉଭୟଙ୍କୁ ତିନି ଦିନ ମଧ୍ୟରେ ତଦନ୍ତକାରୀ ଅଧିକାରୀଙ୍କ ସମ୍ମୁଖରେ ହାଜର ହୋଇ ନିଜ ପକ୍ଷ ରଖିବାକୁ କହିଥିଲା। ଫାଇଲ୍ ସମ୍ପର୍କିତ କୌଣସି ଦସ୍ତାବେଜ, ଇଲେକ୍ଟ୍ରୋନିକ୍ ଉପକରଣ କିମ୍ବା ଅନ୍ୟ ପ୍ରମାଣ ଥିଲେ ତାହା ମଧ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମନୋଜ ମିଶ୍ର ପୂର୍ବରୁ ଆଇଟି ସଚିବ ସହ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ OSD ଭାବେ କାମ କରିଥିଲେ।

ଏବେ ଏହି ଘଟଣାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । CMOରୁ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ କିପରି ଗାଏବ ହେଲା ଏହା ପଛରେ କାହାର ହାତ ରହିଛି ସେନେଇ ବିରୋଧୀ ଦଳ ସରକାରଙ୍କୁ ପ୍ରଶ୍ନ କରିଛି। ଏପଟେ କଂଗ୍ରେସ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିବାବେଳେ ବିଜେଡି କହିଛି, ନୋଟିସ ପାଇଥିବା ଅଧିକାରୀଙ୍କ ସମ୍ପୃକ୍ତି ଅଛି କି ନା ଏହା ଶାସକ ଦଳର ପୂର୍ବ ସରକାରକୁ ବଦନାମ କରିବାକୁ ଏକ ଯୋଜନା ତାହା ତଦନ୍ତ ପରେ ସ୍ପଷ୍ଟ ହେବ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories