Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ସରପଞ୍ଚ ଚାମେଲୀ ଓଝା

ଭୁବନେଶ୍ୱର : ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ତିଖିରୀ ପଞ୍ଚାୟତର ସରପଞ୍ଚ ଚାମେଲୀ ଓଝା | ତାଙ୍କ ଉପରେ ହୋଇଥିବା ଅନ୍ୟାୟର ପ୍ରତିବାଦ କରି ଅନଶନରେ ବସିଥିଲେ | କିନ୍ତୁ ସରକାର ଏଥିପ୍ରତି କୌଣସି ପଦକ୍ଷେପ ନ ନେବାରୁ ସେ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି | ଏନେଇ ସେ ନିଜେ ସୂଚନା ଦେଇଛନ୍ତି | ସେ କହିଛନ୍ତି ଯେତେବେଳେ ତିଖିରୀ ପଞ୍ଚାୟତରେ ଯେତେବେଳେ ବିଜେପି ମାଇନସରେ ଚାଲୁଥିଲା ମୁ ତାକୁ ପ୍ଲସକୁ ଆଣିଛି | ବିଜେପିକୁ ମୁଁ ଅନେକ ସହଯୋଗ କରିଛି | କିନ୍ତୁ ତା ପ୍ରତିବଦଳରେ ମତେ କିଛି ନ୍ୟାୟ ମିଳିଲା ନାହିଁ ବୋଲି ସେ କହିଛନ୍ତି |

ସରପଞ୍ଚ ଚାମେଲୀ ଓଝା ଗତ ୨୦୨୨ ମସିହାରେ ନିର୍ଦଳୀୟ ପ୍ରାର୍ଥୀ ଭାବେ ପଞ୍ଚାୟତ ନିର୍ଵାଚନ ଲଢ଼ିଥିଲେ | ପରେ ୨୦୨୪ ନିର୍ବାଚନ ପରେ ବିଜେପିରେ ସାମିଲ ହୋଇଥିଲେ | ଏହାପୂର୍ବରୁ ୨୦୧୭ ମସିହାରେ ସେ ବିଜେପିର ଯୁବମୋର୍ଚ୍ଚାର ଜେନେରାଲ ସେକ୍ରେଟେରୀ ଭାବରେ କାର୍ଯ୍ୟ କରିଥିଲେ |

ସୂଚନାଯୋଗ୍ୟ, ନିକଟରେ ଚାମେଲୀ ଓଝାଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆସିଥିଲା | ଜୋର ଜବରଦସ୍ତି ଅଫିସ ଭିତରେ ପଶି ବିଡ଼ିଓ ଏବଂ ଏସଆଇଙ୍କ ଉପରେ ଆକ୍ରମଣ କରିବା, ଗାଳି ଗୁଲ୍ଲଜ କରିବା ଏବଂ ବିନା ଅନୁମତି ରେ ଭିଡିଓ କରିବା ଭଳି ସଙ୍ଗୀନ ଅଭିଯୋଗ ଆସିଥିଲା | କିନ୍ତୁ ଅପରପକ୍ଷରେ ଚାମେଲୀ ଓଝାନିଜେ ଆକ୍ରମଣର ଶିକାର ହୋଇ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଥିଲେ | ଏହାକୁ ରାଜ୍ୟ ରାଜନୀତି ମଧ୍ୟ ଜୋର ହୋଇଥିଲା | କିପରି ଏକ ମହିଳା ସରପଞ୍ଚ ଅଧିକାରୀଙ୍କ ଉପରକୁ ଏଭଳି ମରଣାନ୍ତକ ଆକ୍ରମଣ ହେଲା ବୋଲି ବିରୋଧୀ ଦଳ କଂଗ୍ରେସ ଏବଂ ବିଜେଡି ଦଳ ଶାସକ ଦଳକୁ ଟାର୍ଗେଟ କରିଥିଲେ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories